ବ୍ଲାକ୍ହେଡ୍ସ ପାଇଁ ଟିପ୍ସ
ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ କିଏ ବା ନ ଚାହେଁ । ଏଥିପାଇଁ ଯୁବତୀମାନେ ମହଙ୍ଗା ମହଙ୍ଗା ପ୍ରଡକଫର ବ୍ୟବହାର ମଧ୍ୟ କରନ୍ତି । ମାତ୍ର ଅନେକ ଥର ଏହି ପ୍ରଡକଫର ସାଇଡ୍ ଇଫେକଫ ଯୋଗୁ ତ୍ୱଚା ଖରାପ ହୋଇଯାଏ । ସେହିପରି ପ୍ରଦୂଷଣ କାରଣରୁ ସ୍କିନ୍ରେ ମଇଳା ଜମିଯାଏ, ଯାହା ବ୍ଲାକ୍ହେଡ୍ସର କାରଣ ପାଲଟେ । ଏହି ବ୍ଲାକ୍ହେଡ୍ସରୁ ସ୍କିନ୍କୁ ରକ୍ଷା କରିବା ପାଇଁ ନିମ୍ନରେ ଦିଆଯାଇଥିବା ଘରୋଇ ଟିପ୍ସ ଆପଣାନ୍ତୁ । ଅଣ୍ଡା – […]
ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ କିଏ ବା ନ ଚାହେଁ । ଏଥିପାଇଁ ଯୁବତୀମାନେ ମହଙ୍ଗା ମହଙ୍ଗା ପ୍ରଡକଫର ବ୍ୟବହାର ମଧ୍ୟ କରନ୍ତି । ମାତ୍ର ଅନେକ ଥର ଏହି ପ୍ରଡକଫର ସାଇଡ୍ ଇଫେକଫ ଯୋଗୁ ତ୍ୱଚା ଖରାପ ହୋଇଯାଏ । ସେହିପରି ପ୍ରଦୂଷଣ କାରଣରୁ ସ୍କିନ୍ରେ ମଇଳା ଜମିଯାଏ, ଯାହା ବ୍ଲାକ୍ହେଡ୍ସର କାରଣ ପାଲଟେ । ଏହି ବ୍ଲାକ୍ହେଡ୍ସରୁ ସ୍କିନ୍କୁ ରକ୍ଷା କରିବା ପାଇଁ ନିମ୍ନରେ ଦିଆଯାଇଥିବା ଘରୋଇ ଟିପ୍ସ ଆପଣାନ୍ତୁ ।
ଅଣ୍ଡା – ତ୍ୱଚା ପାଇଁ ଅଣ୍ଡା ବେଶ୍ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଏହାକୁ ନାକ ତଥା ବେକରେ ଥିବା ବ୍ଲାକ୍ହେଡ୍ସକୁ ହଟାଇବା କ୍ଷେତ୍ରରେ ମଧ୍ୟ ବ୍ୟବହାର କରିହେବ । ଏଥିପାଇଁ ଅଣ୍ଡାର ଧଳା ଅଂଶକୁ କାଢିଦିଅନ୍ତୁ ଏବଂ ଏଥିରେ ଏକ ଚାମଚ ମହୁ ମିଶାଇ ବ୍ଲାକ୍ହେଡ୍ସ ଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ଲାକ୍ହେଡ୍ କମିଯିବ ।
ମହୁ ଓ ଡାଲଚିନି – ମହୁରେ ଅଧିକ ପୋଷକତତ୍ତ୍ୱ ରହିଥିବାରୁ ଏହା ତ୍ୱଚା ପାଇଁ ବହୁ ଉପକାରୀ । ବ୍ଲାକ୍ହେଡ୍ସ ପାଇଁ ପ୍ରଥମେ ମହୁରେ ଡାଲଚିନି ଗୁଣ୍ଡ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍ ରଖନ୍ତୁ । ଭଲ ରେଜଲଫ ପାଇଁ ଏହାକୁ ଆପଣ ଧିରେଧିରେ ସ୍କ୍ରବ୍ ମଧ୍ୟ କରିପାରିବେ ।
ଖାଇବା ସୋଡା – ବ୍ଲାକ୍ହେଡ୍ସକୁ ହଟାଇବା ପାଇଁ ଆପଣ ଖାଇବା ସୋଡାର ବ୍ୟବହାର ମଧ୍ୟ କରାପାରିବେ । ଅଳ୍ପ ଖାଇବା ସୋଡାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ଧିରେ ଧିରେ ମସାଜ୍ କରନ୍ତୁ ।
ଲେମ୍ବୁ – ଲେମ୍ବୁ ଅନେକ ସମସ୍ୟାର ସମାଧାନ କରିବାର କ୍ଷମତା ରଖିଛି । ବ୍ଲାକ୍ହେଡ୍ସ ହଟାଇବାରେ ମଧ୍ୟ ଏହା ବେଶ୍ ଫଳପ୍ରଦ ହେବ । ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ମୁହଁରେ ଲଗାନ୍ତୁ । ସକାଳୁ ଉଠି ମୁହଁକୁ ଧୋଇଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଶୀଘ୍ର ଲାଭ ମିଳିବ ।
ହଳଦୀ ଓ ବେସନ – ସର୍ବପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଚାମଚ ବେସନରେ ଏକ ଚାମଚ ଚାଉଳର ଅଟା ଏବଂ ଅଧ ଚାମଚ ହଳଦୀ ଓ କ୍ଷୀର ମିଶାଇ ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ଏହି ସ୍କ୍ରବ୍କୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ଲାଇ ମସାଜ୍ କରନ୍ତୁ । ଦେଖିବେ ଏହାଦ୍ୱାରା ବ୍ଲାକ୍ହେଡ୍ ସମସ୍ୟା କମିଯିବ ।




