ବାଥରୁମକୁ ମନା ଏ ସବୁ ଜିନିଷ
ଏଭଳି ଅନେକ ସାମଗ୍ରୀ ରହିଛି, ଯାହାକୁ ଆପଣ ସମସ୍ତଙ୍କ ବାଥରୁମ୍ରେ ପାଇବେ । ହେଲେ ସେଥିରୁ କେତେକ ସାମଗ୍ରୀକୁ ବାଥ୍ରୁମ୍ରେ ରଖିବାକୁ ଏକ୍ସପର୍ଟମାନେ ମନା କରିଛନ୍ତି । ଏପରି କରିବା ଦ୍ୱାରା ସେହି ସାମଗ୍ରୀ ଗୁଡିକ ନଷ୍ଟ ହେବାର ସମ୍ଭାବନା ବଢିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଜନିଷ ବିଷୟରେ ଟାେୱଲ- ସମସ୍ତେ ବାଥରୁମରେ ଟାେୱଲ୍ ରଖିବା ସାଧାରଣ କଥା । ହେଲେ ନିୟମ ଅନୁଯାୟୀ ବାଥରୁମ୍ରେ ଟାେୱଲ୍ ରଖନ୍ତୁ ନାହିଁ । ବାଥରୁମର ବାୟୁମଣ୍ଡଳ […]
ଏଭଳି ଅନେକ ସାମଗ୍ରୀ ରହିଛି, ଯାହାକୁ ଆପଣ ସମସ୍ତଙ୍କ ବାଥରୁମ୍ରେ ପାଇବେ । ହେଲେ ସେଥିରୁ କେତେକ ସାମଗ୍ରୀକୁ ବାଥ୍ରୁମ୍ରେ ରଖିବାକୁ ଏକ୍ସପର୍ଟମାନେ ମନା କରିଛନ୍ତି । ଏପରି କରିବା ଦ୍ୱାରା ସେହି ସାମଗ୍ରୀ ଗୁଡିକ ନଷ୍ଟ ହେବାର ସମ୍ଭାବନା ବଢିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଜନିଷ ବିଷୟରେ
ଟାେୱଲ- ସମସ୍ତେ ବାଥରୁମରେ ଟାେୱଲ୍ ରଖିବା ସାଧାରଣ କଥା । ହେଲେ ନିୟମ ଅନୁଯାୟୀ ବାଥରୁମ୍ରେ ଟାେୱଲ୍ ରଖନ୍ତୁ ନାହିଁ । ବାଥରୁମର ବାୟୁମଣ୍ଡଳ ସବୁବେଳେ ଆଦ୍ରତାରେ ଭରପୁର ଥାଏ, ତେଣୁ ଏଠାରେ ଟାେୱଲ୍ ରଖିବା ଦ୍ୱାରା ଏହା ନଷ୍ଟ ହେବାର ଭୟ ରହିଥାଏ । ଏହାକୁ ସବୁବେଳେ ଶୁଖିଲା ସ୍ଥାନରେ ରଖନ୍ତୁ ।
ଟୁଥବ୍ରଶ- ଅନେକଙ୍କ ବାଥରୁମ୍ରେ ଟୁଥବ୍ରଶ ମିଳିବା କମନ୍ ହୋଇଥାଏ । ହେଲେ ଏହାକୁ ଅଧିକ ହିମ୍ୟୁଡିଟି ଥିବା ସ୍ଥାନରେ ରଖିଲେ ଏଥିରେ ବ୍ୟାକେଫରିଆ ଗ୍ରୋ ହେବାର ସମ୍ଭାବନା ବଢିଥାଏ । ଏହାକୁ ପୁଣି ବ୍ୟବହାର କଲେ ବିଭିନ୍ନ ପାଟି ସମସ୍ୟା ହେବାର ଡର ରହିଥାଏ ।
ଫଟୋଗ୍ରାଫ୍- ବାଥରୁମରେ କେବେ ବି ଫଟୋଗ୍ରାଫ ରଖନ୍ତୁ ନାହିଁ । ଏହା ଆଦ୍ରତା କାରଣରୁ ନଷ୍ଟହେବାର ଭୟ ଥାଏ । ଫ୍ରେମ ଭିତରେ ରହିଲେ ମଧ୍ୟ ନଷ୍ଟ ହେବାର ଆଶଙ୍କା ଅଧିକଦ ରହିଥାଏ ।




