ବର୍ଷାରେ ମେକ୍ଅପ୍
ବର୍ଷା ଦିନେ ତ୍ୱଚାର ମେକ୍ଅପ୍ ଧୋଇ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ବର୍ଷାଦିନେ ଅତି ସତର୍କତାର ସହ ମେକ୍ଅପ୍ ନେବାକୁ ପଡିଥାଏ । ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ବର୍ଷାଦିନେ ମେକ୍ଅପ୍ ନେବା ସମୟରେ କିଛି ଟ୍ରିକ୍ ଆପଣାଇବାକୁ ପଡିଥାଏ । ସବୁବେଳେ ବର୍ଷାଦିନେ ୱାଟର ଫ୍ରୁପ୍ ମସ୍କାରା, ଲାଇନର୍ ଓ ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ । ମୁହଁକୁ ପରିଷ୍କାର କରିବା ପାଇଁ ବରଫ ଘଷିପାରିବେ । ଏହାଦ୍ୱାରା କମ୍ ଝାଳ […]
ବର୍ଷା ଦିନେ ତ୍ୱଚାର ମେକ୍ଅପ୍ ଧୋଇ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ବର୍ଷାଦିନେ ଅତି ସତର୍କତାର ସହ ମେକ୍ଅପ୍ ନେବାକୁ ପଡିଥାଏ । ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ବର୍ଷାଦିନେ ମେକ୍ଅପ୍ ନେବା ସମୟରେ କିଛି ଟ୍ରିକ୍ ଆପଣାଇବାକୁ ପଡିଥାଏ । ସବୁବେଳେ ବର୍ଷାଦିନେ ୱାଟର ଫ୍ରୁପ୍ ମସ୍କାରା, ଲାଇନର୍ ଓ ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ । ମୁହଁକୁ ପରିଷ୍କାର କରିବା ପାଇଁ ବରଫ ଘଷିପାରିବେ । ଏହାଦ୍ୱାରା କମ୍ ଝାଳ ବାହାରେ ଓ ମେକ୍ଅପ୍ ବେଶି ସମୟ ପର୍ଯ୍ୟନ୍ତ ରହିଥାଏ । ଆପଣଙ୍କ ତ୍ୱଚା ତୈଳାକ୍ତ ହୋଇଥିଲେ କିମ୍ବା ଶୁଷ୍କ ହୋଇଥିଲେ ଟୋନର ବ୍ୟବହାର କରନ୍ତୁ ।
ଯେତେ ସମ୍ଭବ ଫାଉଣ୍ଡେସନ୍ କମ୍ ବ୍ୟବହାର କରନ୍ତୁ । କେବଳ ପାଉଡ଼ର ଲଗାନ୍ତୁ । ଆଖିରେ ୱାଟରପ୍ରୁଫ୍ ମସ୍କାରା ଓ ସରୁ ଲାଇନର ଲଗାନ୍ତୁ । ହାଲ୍କା ରଙ୍ଗର ଆଇସ୍ୟାଡ଼ୋ ସାଙ୍ଗକୁ ଓଠରେ ମଧ୍ୟ ହାଲ୍କା ରଙ୍ଗର ଲିପ୍ଷ୍ଟିକ୍ ବ୍ୟବହାର କରନ୍ତୁ । ଲିପ୍ଷ୍ଟିକ୍ ସହ ଲିପ୍ଗ୍ଲସ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ବର୍ଷାଦିନେ ଆଇବ୍ରୋ ପେନ୍ସିଲ୍ ବ୍ୟବହାର କରନ୍ତୁ ନାହିଁ । ସେହିପରି କେଶକୁ ପରିଷ୍କାର ରଖନ୍ତୁ । ରୂପି ଠାରୁ ଦୂରେଇ ରହିବା ପାଇଁ ନିୟମିତ ଭାବେ କେଶରେ ତେଲ ମାଲିସ୍ କରନ୍ତୁ । ଏହା ଲାଭ ଦାୟକ ହୋଇଥାଏ ।




