ପିଲାଙ୍କର ଏପରି ନାମ ସୃଷ୍ଟି କରିପାରେ ସମସ୍ୟା
ସମୟ ଲାଇଭ୍,୯/୧୧: ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଳାସର ବାତାବରଣ ଖେଳିଯାଇଥାଏ। ଏହା ସଙ୍ଗେ ସଙ୍ଗେ ସଭିଏଁ ସ୍ନେହରେ ଏକ ନାମ ଦେଇ ସେଇ ନାମରେ ଡ଼ାକିବା ଆରମ୍ଭ କରିଦେଇଥା’ନ୍ତି। ତେବେ ଶିଶୁର ନାମଦେବା ସମୟରେ ଏହି କେତୋଟି କଥା ଗୁରୁତ୍ୱ ଦିଅନ୍ତୁ। ଶିଶୁର ନାମ ଯେପରି କୌଣସି ସ୍ଥାନର ନାମ ନହୁଏ : ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସର୍ମରେ ଏପରି ହୋଇଥାଏ ଶିଶୁ ଯେଉଁଠାରେ […]
ସମୟ ଲାଇଭ୍,୯/୧୧: ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଳାସର ବାତାବରଣ ଖେଳିଯାଇଥାଏ। ଏହା ସଙ୍ଗେ ସଙ୍ଗେ ସଭିଏଁ ସ୍ନେହରେ ଏକ ନାମ ଦେଇ ସେଇ ନାମରେ ଡ଼ାକିବା ଆରମ୍ଭ କରିଦେଇଥା’ନ୍ତି। ତେବେ ଶିଶୁର ନାମଦେବା ସମୟରେ ଏହି କେତୋଟି କଥା ଗୁରୁତ୍ୱ ଦିଅନ୍ତୁ।
ଶିଶୁର ନାମ ଯେପରି କୌଣସି ସ୍ଥାନର ନାମ ନହୁଏ :
ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସର୍ମରେ ଏପରି ହୋଇଥାଏ ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ ପିତାମାତା ସେହି ସ୍ଥାନର ନାମ ରଖିଥା’ନ୍ତି। ତାହା ଆଗାମୀ ସମୟରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
ନାମର ଅର୍ଥ ବୁଝାପଡ଼ିବା ଆବଶ୍ୟକ:
ଆପଣ ଶିଶୁଙ୍କ ଯାହା ବି ନାମ ରଖନ୍ତୁ ତାହାର କିଛି ଅର୍ଥ ବୁଝାପଡ଼ୁଥିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକରାତ୍ମକ ଦିଗକୁ ସୂଚାଉଥିବ। ସେନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ୍।
ଇଶ୍ୱରଙ୍କ ନାମରେ ଶିଶୁର ନାମ ରଖନ୍ତୁ ନାହିଁ
ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। ଏହାଦ୍ୱାରା କେବେ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଭାବ ଦେଖାଯାିଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।
ସରଳ ନାମ ରଖନ୍ତୁ :
ଶିଶୁର ନାମ ସର୍ବଦା ସରଳ ହେବା ଉଚିତ୍ ଯାହାଦ୍ୱାରା ନାମ ବନାନା କରିବା କିମ୍ବା ସମ୍ବୋଧନ କରିବାରେ କୌଣସି ଅସୁବିଧା ହୋଇନଥାଏ।
ନାମ ଶୁଣି ହସ ନଆସିବା ଉଚିତ୍ :
ଆପଣ ଆପଣଙ୍କ ଶିଶୁଙ୍କୁ ସ୍ନେହରେ ଏମିତି କିଛି ନାମରେ ଡ଼ାକନ୍ତି ଯାହା ଆପଣଙ୍କର ଓ ଆପଣଙ୍କ ପାଖ ଲୋକଙ୍କ ଅଭ୍ୟାସରେ ପଡ଼ିଯାଏ। ଏହା ପରବର୍ତ୍ତୀ ସମୟରେ ଶିଶୁକୁ ପରିହାସର ପାତ୍ର କରିଥାଏ ଏବଂ ଏହାଦ୍ୱାରା ଶିଶୁ ବିରକ୍ତି ପ୍ରକାଶ କରିଥାଏ ।
ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ଅନୁସାରେ ନାମକରଣ:
ଅନେକ ସମୟରେ ଏପରି ହୋଇଥାଏ ପିତାମାତା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ଅନୁସାରେ ଶିଶୁର ନାମ ଦେଇଥା’ନ୍ତି। ନାମ ଅନୁସାରେ ଶିଶୁ ପ୍ରସିଦ୍ଧି ଲାଭ କରିବ ବୋଲି ଅନେକ ଆଶା ରଖିଥା’ନ୍ତି। ଆପଣ ମନେରଖିôବା ଉଚିତ୍ ଯେ, ଶିଶୁ ନାମ ନୁହେଁ ବରଂ କାମ ଅନୁସାରେ ପ୍ରସିଦ୍ଧି ଲାଭ କରିଥାଏ।
ଲମ୍ବା ନାମ ରଖନ୍ତୁ ନାହିଁ :
ପରିବାର ଅନେକ ସଦସ୍ୟ ବିଭିନ୍ନ ନା ଦେବାକୁ ଚାହୁଁଥିବା ବେଳେ ବେଳେ ପିତାମାତା ଏକାଧିକ ନାମକୁ ଯୋଡ଼ି ଶିଶୁର ନାମ ଦେଇଥା’ନ୍ତି। ତେବେ ଏପରି ଆଦୌ କରନ୍ତୁ ନାହିଁ। ଏହା ଦ୍ୱାରା ଶିଶୁକୁ ସମ୍ବୋଧନ କରିବାରେ ଅସୁବିଧା ହୋଇଥାଏ।
ପୂର୍ବପୁରୁଷଙ୍କ ନାମ ଅନୁସାରେ ନାମ:
ଘରର କେହି ବୟୋଜ୍ୟେଷ୍ଠ ବ୍ୟକ୍ତି କିମ୍ବା ପୂର୍ବପୁରୁଷଙ୍କ ନାମ ଅନୁସାରେ ଶ୍ରଦ୍ଧାରେ ପିତାମାତା ପିଲାଙ୍କୁ ଡ଼ାକିଥା’ନ୍ତି। ତେବେ ଜାଣିରଖନ୍ତୁ ଶିଶୁର ନାମ ଚୟନ ସମୟାନୁସାରେ କରନ୍ତୁ। ପୁରୁଣା ଦିନର ବ୍ୟକ୍ତିଙ୍କ ନାମ ହୁଏତ ଆଜିକାଲି ଦିନରେ ପିଲାଙ୍କୁ ଖାପ ଖାଉ ନଥାଇପାରେ।
Tags:




