ପରିବା ରୁଟି

ପରିବା ରୁଟି
Ipsita Picture
By: Ipsita
Published On

 

ସାମଗ୍ରୀ _  ଏକ କପ ଅଟା, ନିଜ ଇଚ୍ଛା ଅନୁସାରେ ପରିବା, ଭଜା ଜୀରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ପିଆଜ କଟା, କଞ୍ଚା ଲଙ୍କା କଟା, ଧନିଆପତ୍ର, କଳାଲୁଣ, ତେଲ ।

ପ୍ରଣାଳୀ _  ଗୋଟିଏ ପାତ୍ରରେ ସବୁଯାକ ପରିବାସିଝା ନିଅନ୍ତୁ । ବର୍ତ୍ତମାନ ଏଥିରେ ଅଟା ଓ ତେଲ ବ୍ୟତିତ ଅନ୍ୟ ସମସ୍ତ ମସଲା ମିଶାଇ ଭଲକରି ଚକଟି ନିଅନ୍ତୁ । ଏହାପରେ ଏଥିରେ ଅଟା ଓ ଉଷୁମ ପାଣି ଦେଇ ଭଲକରି ଚକଟି ନିଅନ୍ତୁ । ଏହାକୁ ରୁଟି ଭଳି ଗୁଳା କରି ବର୍ତ୍ତମାନ ହାତର ସାହାଯ୍ୟରେ ଛୋଟଛୋଟ ରୁଟି ତିଆରି କରନ୍ତୁ । ଏହାପରେ ଅଳ୍ପ ତେଲ ଦେଇ ଏହାକୁ ସେକି ନିଅନ୍ତୁ ପ୍ରସ୍ତୁତ ହୋଇଯିବ ସ୍ବାସ୍ଥ୍ୟକର ପରିବା ରୁଟି ।

Tags: