ପତ୍ରକୋବି ପଲଉ
ସାମଗ୍ରୀ- ଏକ କପ ବାସୁମତି ଚାଉଳ, ଛୋଟ ଛୋଟ କଟା ହୋଇଥିବା ପତ୍ର କୋବି ଏକ କପ, କଟା ହୋଇଥିବା ପିଆଜ ଗୋଟିଏ, ଟମାଟୋ ଏକଟା, ଏକ ଚାମଚ ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା ୨ଟା, ଏକ ଚାମଚ ଜିରା, ଗୋଟା ମସଲା, ଧନିଆ ପତ୍ର । ପ୍ରଣାଳୀ- ପ୍ରଥମେ ଚାଉଳକୁ ବତୁରାଇ ନିଅନ୍ତୁ । ଏହାପରେ ପ୍ରେସର କୁକରରେ ଘିଅ କିମ୍ବା ତେଲ ପକାଇ ସେଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ […]
ସାମଗ୍ରୀ- ଏକ କପ ବାସୁମତି ଚାଉଳ, ଛୋଟ ଛୋଟ କଟା ହୋଇଥିବା ପତ୍ର କୋବି ଏକ କପ, କଟା ହୋଇଥିବା ପିଆଜ ଗୋଟିଏ, ଟମାଟୋ ଏକଟା, ଏକ ଚାମଚ ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା ୨ଟା, ଏକ ଚାମଚ ଜିରା, ଗୋଟା ମସଲା, ଧନିଆ ପତ୍ର ।
ପ୍ରଣାଳୀ- ପ୍ରଥମେ ଚାଉଳକୁ ବତୁରାଇ ନିଅନ୍ତୁ । ଏହାପରେ ପ୍ରେସର କୁକରରେ ଘିଅ କିମ୍ବା ତେଲ ପକାଇ ସେଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ଏଥିରେ ପିଆଜ ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ । ପରେ ଏଥିରେ ଅଦା ରସୁଣ ବଟା ପକାଇ କସନ୍ତୁ । ବର୍ତ୍ତମାନ ଏଥିରେ ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଟମାଟୋ ଭାଜିହେବା ପରେ ଏଥିରେ କୋବି ପକାନ୍ତୁ । କୋବି ଅଳ୍ପ ନରମ ହେବା ପରେ ଏଥିରେ ବାସୁମତି ଚାଉଳକୁ ପକାନ୍ତୁ । ସମସ୍ତ ସାମଗ୍ରୀକୁ ଭଲକରି ମିଶାନ୍ତୁ । ବର୍ତ୍ତମାନ ଏଥିରେ ଆବଶ୍ୟକତା ଅନୁଯାୟୀ ପାଣି ଦେବାସହ ଗୁଣ୍ଡ ମସଲା ପକାନ୍ତୁ । ଏହାପରେ ପ୍ରେସର କୁକର୍କୁ ବନ୍ଦ କରି ନିଅନ୍ତୁ । ଗୋଟିଏ ହୁଇସିଲ୍ ଦେବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କୋବି ପଲଉ । ଏହାକୁ କାଢି ଧନିଆ ପତ୍ର ଓ ଦହି ଦେଇ ପରଷନ୍ତୁ ।




