ଧନିଆ ମଟନ କଷା

ସାମଗ୍ରୀ – ୫୦୦ ଗ୍ରାମ ମାଂସ,୪ଟି ପିଆଜ ବଟା, ୨୦୦ ଗ୍ରାମ ଧନିଆ ପତ୍ର, ନଡିଆ କୋରା, ହଳଦୀ, ଲୁଣ, ଗୋଟା ଗରମ ମସଲା, ଗରମ ମସଲା, ଅଦା ରସୁଣ ପେଷ୍ଟ, ଭୃସଙ୍ଗ ପତ୍ର, ଲେମ୍ବୁ ରସ, ସୋରିଷ । ପ୍ରଣାଳୀ – ପ୍ରଥମେ ସମସ୍ତ ଗୋଟା ଗରମ ମସଲାକୁ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଏହି ଗୁଣ୍ଡ ମସଲା, ଲୁଣ, ଲେମ୍ବୁ ରସ ଦେଇ ମାଂସକୁ ଦୁଇଘଣ୍ଟା ପାଇଁ ମାରିନେଟ୍‌ କରି ରଖନ୍ତୁ । […]

ଧନିଆ ମଟନ କଷା
Samaya Live Picture
Published On

ସାମଗ୍ରୀ – ୫୦୦ ଗ୍ରାମ ମାଂସ,୪ଟି ପିଆଜ ବଟା, ୨୦୦ ଗ୍ରାମ ଧନିଆ ପତ୍ର, ନଡିଆ କୋରା, ହଳଦୀ, ଲୁଣ, ଗୋଟା ଗରମ ମସଲା, ଗରମ ମସଲା, ଅଦା ରସୁଣ ପେଷ୍ଟ, ଭୃସଙ୍ଗ ପତ୍ର, ଲେମ୍ବୁ ରସ, ସୋରିଷ ।
ପ୍ରଣାଳୀ – ପ୍ରଥମେ ସମସ୍ତ ଗୋଟା ଗରମ ମସଲାକୁ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଏହି ଗୁଣ୍ଡ ମସଲା, ଲୁଣ, ଲେମ୍ବୁ ରସ ଦେଇ ମାଂସକୁ ଦୁଇଘଣ୍ଟା ପାଇଁ ମାରିନେଟ୍‌ କରି ରଖନ୍ତୁ । ଏହାପରେ ପ୍ରେସର କୁକରରେ ତେଲ ଗରମ କରନ୍ତୁ ଏଥିରେ ଏହି ମାରିନେଟ ହୋଇଥିବା ମଟନକୁ ଭାଜନ୍ତୁ । ଅଳ୍ପ ସମୟ ଭାଜିହେବା ପରେ ଏଥିରେ ଅଳ୍ପ ପାଣି ଦେଇ ରାନ୍ଧନ୍ତୁ । ଅନ୍ୟପଟେ ଧନିଆ ପତ୍ର, କଞ୍ଚା ଲଙ୍କା ଓ ନଡିଆ କୋରାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମାଂସରେ ମିଶାଇ କଷନ୍ତୁ । ମାଂସ ଭଲକରି କଷି ହୋଇ ସିଝିଯିବା ପରେ ଏଥିରେ ଶେଷରେ ଏକ ଛୁଙ୍କ ଦିଅନ୍ତୁ । ଏହି ଛୁଙ୍କକୁ ସୋରିଷ ଓ ଭୃସଙ୍ଗ ପତ୍ରରେ ପ୍ରସ୍ତୁତ କରନ୍ତୁ । ଏହି ଛୁଙ୍କ ଦେବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ ପ୍ରସ୍ତୁତ ହୋଇଯିବ ଧନିଆ ମଟନ ଫ୍ରାଏ ବା କଷା ।

Tags: