ଦେଶୀ କୁକୁଡା ଛେଚା ମସଲା
ଓଡିଆ ରୁଚି
ସାମଗ୍ରୀ _ ଦେଶୀ କୁକୁଡା ମାଂସ, ପିଆଜ, ଜିରା, ଶୁଖିଲା ଲଙ୍କା, ଗୋଟା ଗରମ ମସଲା, ଟମାଟୋ, ଅଦା, ରସୁଣ, କ୍ୟାପସିକମ, କାଜୁ, ଧନିଆ ପତ୍ର, ମିଟ ମସଲା, ଲୁଣ, ହଳଦୀ ।
ପ୍ରଣାଳୀ _ ପ୍ରଥମେ ମାଂସକୁ ଭଲକରି ଧୋଇ ଲୁଣ, ହଳଦୀ ଓ ସୋରିଷ ତେଲ ଅଳ୍ପ ଦେଇ ଗୋଳାଇ ରଖନ୍ତୁ । ଏହାପରେ ଜିରା ଓ ଶୁଖିଲା ଲଙ୍କାକୁ କିଛି ସମୟ ପାଇଁ ବତୁରାଇ ଦିଅନ୍ତୁ । ବତୁରିବା ପରେ ଏହାକୁ ହେମଦସ୍ତାରେ ଛେଚି ନିଅନ୍ତୁ । ସେହିଭଳି ଅଦା ରସୁଣକୁ ମଧ୍ୟ ହେମଦସ୍ତାରେ ଦରଛେଚା କରିନିଅନ୍ତୁ । କୌଣସି ଛେଚା ମସଲା ଚିକ୍କଣ କରିବେ ନାହିଁ । ବର୍ତ୍ତମାନ କରେଇ ତେଲ ଗରମ କରି ସେଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ଏଥିରେ ଜିରା ଓ ଶୁଖିଲା ଲଙ୍କାର ଛେଚା ପକାନ୍ତୁ । ଏହାପରେ ପିଆଜ ପକାଇ ଭଲ କରି ଭାଜନ୍ତୁ । ପିଆଜ ନରମ ହେବା ପରେ ଏଥିରେ ଛେଚା ଅଦା ଓ ରସୁଣ ପକାଇ କଷନ୍ତୁ । ଭଲ କରି କସି ହେବା ପରେ ଏଥିରେ ମିଟ ମସଲା, ଲୁଣ ଓ ହଳଦୀ ଓ ଲଙ୍କା ଗୁଣ୍ଡ ପକାନ୍ତୁ । ଅଳ୍ପ ସମୟରେ ପରେ ଟମାଟୋ ପକାଇ କସନ୍ତୁ । ଏହାପରେ ମାଂସ ପକାଇ କସନ୍ତୁ । ମାଂସ କସି ହୋଇଯିବା ପରେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡାଇ ନିଅନ୍ତୁ । ଆଉ ଏକ ପାତ୍ରରେ ସୋରିଷ ତେଲ ଗରମ କରନ୍ତୁ ଏଥିରେ କାଜୁ ଓ ରସୁଣ ପକାଇ ଭାଜନ୍ତୁ । ମାଂସ ଭଲକରି ସିଝିଯିବା ପରେ ଏଥଇରେ ଉକ୍ତ କାଜୁ ଓ ରସୁଣକୁ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ଆଉଥରେ ମାଂସକୁ କିଛି ସମୟ ଫୁଟାନ୍ତୁ । ଶେଷରେ ଗରମ ମସଲା ଓ ଧନିଆ ପତ୍ର ପକାଇ ପରଷନ୍ତୁ ଦେଶୀ କୁକୁଡା ଛେଚା ମସଲା । ଏଥିରେ ଚାହିଁଲେ ଆଳୁ ମଧ୍ୟ ପକାଇ ପାରିବେ ।



