ଦହି ମାଛ
ସାମଗ୍ରୀ – ମାଛ, ହଳଦୀ, ଲଙ୍କା ଗୁଣ୍ଡ, ଦହି, ପିଆଜ ବଟା, ଅଦା ବଟା, ରସୁଣ ବଟା, ଗୋଟା ଗରମ ମସଲା, ସୋରିଷ ତେଲ, ଅଳ୍ପ ଚିନି । ପ୍ରଣାଳୀ – ପ୍ରଥମେ ଦହିରେ ପିଆଜ ବଟା, ଅଦା, ରସୁଣା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ମିଶାଇ ରଖି ନିଅନ୍ତୁ । ଏହାପରେ ମାଛକୁ ଭଲକରି ଭାଜି ନିଅନ୍ତୁ । ଏହାପରେ ଆଉ ଏକ ପ୍ୟାନରେ ତେଲ ଗରମ କରି ଏଥିରେ ଗୋଟା ଗରମ ମସଲା […]
ସାମଗ୍ରୀ – ମାଛ, ହଳଦୀ, ଲଙ୍କା ଗୁଣ୍ଡ, ଦହି, ପିଆଜ ବଟା, ଅଦା ବଟା, ରସୁଣ ବଟା, ଗୋଟା ଗରମ ମସଲା, ସୋରିଷ ତେଲ, ଅଳ୍ପ ଚିନି ।
ପ୍ରଣାଳୀ – ପ୍ରଥମେ ଦହିରେ ପିଆଜ ବଟା, ଅଦା, ରସୁଣା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ମିଶାଇ ରଖି ନିଅନ୍ତୁ । ଏହାପରେ ମାଛକୁ ଭଲକରି ଭାଜି ନିଅନ୍ତୁ । ଏହାପରେ ଆଉ ଏକ ପ୍ୟାନରେ ତେଲ ଗରମ କରି ଏଥିରେ ଗୋଟା ଗରମ ମସଲା ପକାନ୍ତୁ । ଗରମ ମସଲା ଫୁଟିବା ପରେ ଏଥିରେ ଦହି ମିଶ୍ରଣକୁ ପକାଇ ଫୁଟାନ୍ତୁ । ଏହା ଅଳ୍ପ ସମୟ ଫୁଟିବାପରେ ଏଥିରେ ଭଜା ମାଛକୁ ପକାଇ ଅଳ୍ପ ସମୟ ଫୁଟାନ୍ତୁ । ଶେଷରେ ଏଥିରେ ଅଳ୍ପ ଚିନି ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଦହି ମାଛ ।




