ଦହି କାକୁଡି ସରବତ

ଓଡିଆ ରୁଚି

ଦହି କାକୁଡି ସରବତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କଣ ରହିଛି ଟ୍ରେଣ୍ଡ

ସାମଗ୍ରୀ - ଦହି, କାକୁଡି, ଆମ୍ବ କସି ଅଦା, ପୋଦିନା ପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା, କମଳା ଗୋଟେ କୋଲା, ଭଜା ଜିରା ଗୁଣ୍ଡ, ବିଟ୍ ଲୁଣ, ଚାଟ ମସଲା, ଜଳଜିରା, ଲୁଣ, ଅଳ୍ପ ଚିନି ।

ସମ୍ବନ୍ଧିତ ଖବର ଚାରମଗଜ ଚିକେନ

ପ୍ରଣାଳୀ - ଗୋଟିଏ ଗ୍ରାଇଣ୍ଡରରେ ପୋଦିନା ପତ୍ର, ଦହି, ଧନିଆ ପତ୍ର, ଆମ୍ବ କସି ଅଦା, କାକୁଡିକୁ ଭଲକରି ବାଟି ନିଅନ୍ତୁ । ଏହାପରେ ଏକ ବଡ ପାତ୍ରରେ ପାଣିରେ ଏହି ଦହି ମିଶ୍ରଣକୁ ମିଶାନ୍ତୁ । ଏହାପରେ ଏଥିରେ କଞ୍ଚା ଲଙ୍କାକୁ ଛେଚି ପକାନ୍ତୁ । ଏହି ମିଶ୍ରଣରେ ବର୍ତ୍ତମାନ ଆବଶ୍ୟକ ଅନୁଯାୟୀ ଲୁଣ, ଅଳ୍ପ ଚିନି, ଭଜା ଜିରା ଗୁଣ୍ଡ, ବିଟ ଲୁଣ, ଜଳଜିରା, ଚାଟ ମସଲା ପକାଇ ଭଲକରି ଗୋଳାଇ ଦିଅନ୍ତୁ । ଶେଷରେ ଗୋଟିଏ କମଳା କୋଲା ଚିପୁଡି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଦହି କାକୁଡି ସରବତ ଏହାକୁ ଫ୍ରିଜରେ ରଖି ପରଷନ୍ତୁ । ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ ।

Tags:

Related Posts

କଣ ରହିଛି ଟ୍ରେଣ୍ଡ

କଣ ରହିଛି ଟ୍ରେଣ୍ଡ

ଚାରମଗଜ ଚିକେନ

ଚାରମଗଜ ଚିକେନ

ଜଖିଆ

ଜଖିଆ

ଉଷୁନା ଚାଉଳ ଚକୁଳି

ଉଷୁନା ଚାଉଳ ଚକୁଳି