ଦମ୍‌ ବିରିୟାନୀ ରିଜୋତ

ସାମଗ୍ରୀ – ଅଲିଭ ଅଏଲ୍‌, ବଟର, ରସୁଣ କଟା, ପିଆଜ କଟା, କଟା ହୋଇଥିବା ସେଲେରି, ଲିକ୍‌ (ପିଆଜ ସଣ୍ଢା ଭଳି ଏକ ପ୍ରକାର ପତ୍ର ଜାତୀୟ ପରିବା), ବିରିଆନୀ ମସଲା, ତନ୍ଦୁରୀ ଚିକେନ୍‌, ମଖାନୀ ଗ୍ରେଭି, ଧନିଆ ପତ୍ର କଟା, ପୋଦିନା ପତ୍ର କଟା, ରିଜୋତ, କ୍ରିମ, ଗୋଲମରିଚ ଗୁଣ୍ଡ, ୧୦ ଗ୍ରାମ ଭଜା ପିଆଜ । ପ୍ରଣାଳୀ – ପ୍ରଥମେ ତେଲ ଓ ବଟରରେ ପିଆଜ, ରସୁଣ, ସେଲେରି, ଲିକ୍‌କୁ ଭାଜି ନିଅନ୍ତୁ । […]

ଦମ୍‌ ବିରିୟାନୀ ରିଜୋତ
Samaya Live Picture
Published On

ସାମଗ୍ରୀ – ଅଲିଭ ଅଏଲ୍‌, ବଟର, ରସୁଣ କଟା, ପିଆଜ କଟା, କଟା ହୋଇଥିବା ସେଲେରି, ଲିକ୍‌ (ପିଆଜ ସଣ୍ଢା ଭଳି ଏକ ପ୍ରକାର ପତ୍ର ଜାତୀୟ ପରିବା), ବିରିଆନୀ ମସଲା, ତନ୍ଦୁରୀ ଚିକେନ୍‌, ମଖାନୀ ଗ୍ରେଭି, ଧନିଆ ପତ୍ର କଟା, ପୋଦିନା ପତ୍ର କଟା, ରିଜୋତ, କ୍ରିମ, ଗୋଲମରିଚ ଗୁଣ୍ଡ, ୧୦ ଗ୍ରାମ ଭଜା ପିଆଜ ।
ପ୍ରଣାଳୀ – ପ୍ରଥମେ ତେଲ ଓ ବଟରରେ ପିଆଜ, ରସୁଣ, ସେଲେରି, ଲିକ୍‌କୁ ଭାଜି ନିଅନ୍ତୁ । ଏଥିରେ ବିରିୟାନୀ ମସଲା ପକାଇ ତନ୍ଦୁରି ଚିକେନ୍‌ ପକାଇ ଭାଜନ୍ତୁ । ଭାଜି ହେବା ପରେ ଏଥିରେ ରିଜୋତ ମିଶାଇ ଭଲ କରି ଗୋଳାନ୍ତୁ । ଆଉ ଏକ ପ୍ୟାନରେ ମଖାନୀ ଗ୍ରେଭିକୁ ଗରମ କରନ୍ତୁ । ଏଥିରେ ମଧ୍ୟ କିଛି ରିଜୋତ ମିଶାନ୍ତୁ । ଏହାପରେ ଆଉ ଏକ ପ୍ୟାନ୍‌ରେ ବଟର ଓ କ୍ରିମ ସହିତ ରିଜୋତକୁ ମିଶାଇ ଭାଜନ୍ତୁ । ଏହାପରେ ଗୋଟିଏ ପ୍ଲେଟରେ ସମସ୍ତ ସାମଗ୍ରୀକୁ ଲେୟାର ଲେୟାର କରି ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଦମ୍‌ ବିରିୟାନୀ ରିଜୋତ ।

Tags: