ଟ୍ରାଇକଲର୍ ଫ୍ୟାଶନ
ସ୍ୱାଧୀନତା ଦିବସରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥାଏ । ଯେଉଁଥିରେ ସମସ୍ତେ ଟ୍ରାଇକଲର ଫ୍ୟାଶନରେ ଦେଖିବାକୁ ମିଳନ୍ତି । ତେବେ ଆପଣ ଏଥିରେ ବିଭିନ୍ନ ପ୍ରକାରର ପୋଷାକକୁ ଷ୍ଟାଇଲ କରିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରାଇକଲର ଫ୍ୟାଶନ ସମ୍ପର୍କରେ ।
କୁର୍ତ୍ତି
ଯଦି ଆପଣଙ୍କର କୁର୍ତ୍ତୀ ପସନ୍ଦ ତେବେ ଏହି ଦିନ ଟ୍ରାଇକଲରର କୁର୍ତ୍ତି ଟ୍ରାଏ କରନ୍ତୁ । ଏହା ଏକ ଡିଫରେଣ୍ଟ୍ ଲୁକ୍ ଦେବ । ଏହାସହିତ ଦୁପଟ୍ଟା ଓ ପ୍ୟାଣ୍ଟ ନିଜ ପସନ୍ଦ ଅନୁଯାୟୀ ମ୍ୟାଚ କରାଇବେ । ସେହିଭଳି ଜୁଏଲାରୀ ଟିକେ ହେଭି ପିନ୍ଧିବେ ଯାହା ଫଳରେ ଆପଣ ଏକ ସୁନ୍ଦର ଫେଷ୍ଟିଭ୍ ଲୁକ୍ ପାଇପାରିବେ । ଏହା ବିଭିନ୍ନ ଫାବ୍ରିକ୍ ଓ ଡିଜାଇନ୍ର ମିଳିଥାଏ । ସେହିଭଳି ଏଥିରେ ଟ୍ରାଇକଲରର ଷ୍ଟୋଲ ମଧ୍ୟ ବ୍ୟବହାର କରିପାରିବେ ।
ଶାଢୀ
ଭାରତୀୟ ପରମ୍ପରା ଶାଢୀରେ ଝଲକ ଥାଏ । ଏହି ଦିନ ଏକ ଟ୍ରାଇ କଲର ହେଉ କିମ୍ବା ତ୍ରିରଙ୍ଗାରେ ଥିବା ଯେ କୌଣସି ରଙ୍ଗର ହେଉ ପିନ୍ଧିପାରିବେ । ତେବେ ଟ୍ରାଇ କଲର ଶାଢୀ ବେଶି ଭଲ ଲାଗିବ । ତେବେ ଶାଢୀରେ ମିନିମାଲ ଜୁଏଲାରୀ ପିନ୍ଧନ୍ତୁ । ହେୟାର ଷ୍ଟାଇଲ୍ ଖୋଲା ରଖିପାରିବେ ଏହା ବେଶି ମାନିଥାଏ । ଆଜିକାଲି ବଜାରରେ ସ୍ୱାଧୀନତା ଦିବସକୁ ଆଖିରେ ରଖି ବିଭିନ୍ନ ଡିଜାଇନ ତଥା ବିଭିନ୍ନ ଫାବ୍ରିକର ଟ୍ରାଇକଲର ଶାଢୀ ମିଳୁଛି ।
ଧଳା କୁର୍ତ୍ତା ସହିତ ଷ୍ଟୋଲ
ପୁଅ ପିଲାଙ୍କ ପାଇଁ ମଧ୍ୟ ଏଥିରେ ପୋଷାକ ରହିଛି । ଆପଣ ପ୍ଲେନ୍ ଧଳା ରଙ୍ଗର କୁର୍ତ୍ତା ସହିତ ଟ୍ରାଇକଲରର ଷ୍ଟୋଲ ପକାଇ ପାରିବେ । ଏହା ଆପଣଙ୍କୁ ଏକ ଏଲିଗାଣ୍ଟୟୁନିକ ଲୁକ୍ ଦେବ । ଏଥି ସହିତ ହାତରେ ଟ୍ରାଇକଲରର ବ୍ୟାଣ୍ଡ ପିନ୍ଧନ୍ତୁ ଭଲ ଲାଗିବ ।
ଫ୍ରକ
ଛୋଟ ପିଲାଙ୍କ ପାଇଁ ଟ୍ରାଇକଲର ଫ୍ୟାଶନରେ ରହିଛି ଫ୍ରକ । ଏହିଦିନ ଛୋଟଛୋଟ ପିଲାଙ୍କୁ ଟ୍ରାଇକଲରର ଫ୍ରକ ପିନ୍ଧାନ୍ତୁ ଏହା ବେଶ୍ ଫ୍ୟାଶନେବଲ ହୋଇଥାଏ । ସେମାନଙ୍କୁ କିଛି ଜୁଏଲାରୀ ନୁହେଁ କେବଳ ହାତରେ ବ୍ୟାଣ୍ଡ ପିନ୍ଧାଇପାରିବେ ଏହା ବେଶ୍ ସୁନ୍ଦର ଦିଶିଥାଏ । ଏହା ସହିତ ଧଳା ରଙ୍ଗର ଜୋତା ପିନ୍ଧାନ୍ତୁ ବେଶ୍ୟୁନିକ୍ ଷ୍ଟାଇଲ ଲାଗିବ ।




