ଟାଟୁ ବନାଇବା ସମୟରେ ଧ୍ୟାନ ରଖନ୍ତୁ

ଦିନଥିଲା କେବଳ ରକ୍‌ଷ୍ଟାର ଏବଂ ବାଇକ୍‌ ଚାଳକମାନେ ଟାଟୁ କରୁଥିଲେ । ଏବେ ତ ଅତି ସାଧାରଣ ଲୋକ ମଧ୍ୟ ଟାଟୁ କରୁଛନ୍ତି । ଯଦି ଆପଣ ଟାଟୁ ବନାଇବାକୁ ମନ କରିଛନ୍ତି ତେବେ ନିମ୍ନୋକ୍ତ କଥା ଉପରେ ଧ୍ୟାନ ଦିଅନ୍ତୁ । – ଟାଟୁ ବନାଇବାର ସବୁଠୁ ବଡ ନିୟମ ହେଉଛି କୌଣସି ଶସ୍ତା ଟାଟୁ ଚମକରେ ପଡନ୍ତୁ ନାହିଁ I କାରଣ ଏହି ଶସ୍ତା ଟାଟୁ ମହଙ୍ଗା ପ୍ରମାଣିତ ହୋଇପାରେ । – ଏହି […]

Samaya Live Picture
Published On

ଦିନଥିଲା କେବଳ ରକ୍‌ଷ୍ଟାର ଏବଂ ବାଇକ୍‌ ଚାଳକମାନେ ଟାଟୁ କରୁଥିଲେ । ଏବେ ତ ଅତି ସାଧାରଣ ଲୋକ ମଧ୍ୟ ଟାଟୁ କରୁଛନ୍ତି । ଯଦି ଆପଣ ଟାଟୁ ବନାଇବାକୁ ମନ କରିଛନ୍ତି ତେବେ ନିମ୍ନୋକ୍ତ କଥା ଉପରେ ଧ୍ୟାନ ଦିଅନ୍ତୁ ।
– ଟାଟୁ ବନାଇବାର ସବୁଠୁ ବଡ ନିୟମ ହେଉଛି କୌଣସି ଶସ୍ତା ଟାଟୁ ଚମକରେ ପଡନ୍ତୁ ନାହିଁ I କାରଣ ଏହି ଶସ୍ତା ଟାଟୁ ମହଙ୍ଗା ପ୍ରମାଣିତ ହୋଇପାରେ ।
– ଏହି କଥାର ଧ୍ୟାନ ରଖନ୍ତୁ ଯେ ଟାଟୁ ବନାଇବା ପାଇଁ ନୂଆ ଛୁଞ୍ଚିର ବ୍ୟବହାର କରନ୍ତୁ କାରଣ ପୁରୁଣା ଛୁଞ୍ଚିରେ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ଅଧିକ ଥାଏ । ପୁରୁଣା ଛୁଞ୍ଚିର ବ୍ୟବହାରରେ ହେପାଟାଇଟିସ ବି ଏବଂ ସି ଭଳି ରୋଗ ହୋଇପାରେ। ଏହାବ୍ୟତୀତ ଏଡ୍‌ସ ଭଳି ଗମ୍ଭୀର ରୋଗର ସମ୍ଭାବନା ମଧ୍ୟ ଥାଏ । ଟାଟୁର ରଙ୍ଗ ମଧ୍ୟ ଭଲ କ ୍ୱାଲିଟିର ହେବା ଉଚିତ । – ଟାଟୁ କରିବା ପୂର୍ବରୁ ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ମଦ ଆପଣଙ୍କ ରକ୍ତକୁ ପତଳା କରିଦିଏ ଫଳରେ ଟାଟୁ କରିବା ସମୟରେ ରକ୍ତସ୍ରାବ ଭଳି ସମସ୍ୟା ଦେଖାଦେଇଥାଏ । ଏପରି କରିବା ଦ୍ୱାରା ତ୍ୱଚାରେ ଘା’ ହୋଇଥାଏ ।
– ଟାଟୁ କରିବା ପରେ ଠିକ ଭାବରେ ତ୍ୱଚାରଯତ୍ନ ନିଅନ୍ତୁ । ଠିକଭାବରେ ତ୍ୱଚାର ଯତ୍ନ ନନେଲେ ସଂକ୍ରମଣ ହୋଇପାରେ ଯାହା ଜୀବନସାରା ସମସ୍ୟାର କାରଣ ହୋଇଥାଏ । ଟାଟୁ ବନାଇବା ପରେ ତ୍ୱଚା ସାଧାରଣ ଅବସ୍ଥାକୁ ଆସିବାକୁ ପାଖାପାଖି ୨ ସପ୍ତାହ ଲାଗିଥାଏ । ଯଦି ଜିମ୍‌ ଯାଉଛନ୍ତି ଧ୍ୟାନ ରଖନ୍ତୁ ଟାଟୁ ହୋଇଥିବା ଜାଗାରେ ଯେପରି ଆଘାତ ନ ଲାଗେ ।

Tags: