ଟପ୍‌ ଫ୍ୟାଶନରେ ‘କିମୋନୋ’ ଜ୍ୟାକେଟ୍‌

ଗ୍ରୀଷ୍ମଦିନେ ମହିଳାମାନେ ନିଜକୁ ବିଭିନ୍ନ ଢଙ୍ଗରେ ଷ୍ଟାଇଲ କରିବାକୁ ପସନ୍ଦ କରନ୍ତି । ଏହି ସିଜନରେ କେବଳ ଶର୍ଟ୍ସ, ଜିନ୍ସ କିମ୍ବା ଟପ୍‌ ସହ ଏକ୍ସପେରିମେଣ୍ଟ କରାଯାଏ ନାହିଁ ବରଂ ଲେୟାରିଂ ଜରିଆରେ ନିଜ ଲୁକ୍‌କୁ ଖାସ୍‌ କରାଯାଇପାରିବ । ଲେୟାରିଂ ପାଇଁ ଆପଣଙ୍କ ପାଖରେ ଅନେକ ଅପସନ୍‌ ରହିଛି, କିନ୍ତୁ କିମୋନୋ ଜ୍ୟାକେଟ୍‌ ଏପରି ଏକ ଆଉଟର୍‌ ୱିୟର, ଯାହା ଆପଣଙ୍କୁ ୟୁନିକ୍‌ ଏବଂ ରିଫ୍ରେସିଂ ଲୁକ୍‌ ଦେବ । କିମୋନୋ ଜ୍ୟାକେଟ ବହୁତ ପତଳା […]

Samaya Live Picture
Published On

ଗ୍ରୀଷ୍ମଦିନେ ମହିଳାମାନେ ନିଜକୁ ବିଭିନ୍ନ ଢଙ୍ଗରେ ଷ୍ଟାଇଲ କରିବାକୁ ପସନ୍ଦ କରନ୍ତି । ଏହି ସିଜନରେ କେବଳ ଶର୍ଟ୍ସ, ଜିନ୍ସ କିମ୍ବା ଟପ୍‌ ସହ ଏକ୍ସପେରିମେଣ୍ଟ କରାଯାଏ ନାହିଁ ବରଂ ଲେୟାରିଂ ଜରିଆରେ ନିଜ ଲୁକ୍‌କୁ ଖାସ୍‌ କରାଯାଇପାରିବ । ଲେୟାରିଂ ପାଇଁ ଆପଣଙ୍କ ପାଖରେ ଅନେକ ଅପସନ୍‌ ରହିଛି, କିନ୍ତୁ କିମୋନୋ ଜ୍ୟାକେଟ୍‌ ଏପରି ଏକ ଆଉଟର୍‌ ୱିୟର, ଯାହା ଆପଣଙ୍କୁ ୟୁନିକ୍‌ ଏବଂ ରିଫ୍ରେସିଂ ଲୁକ୍‌ ଦେବ ।

କିମୋନୋ ଜ୍ୟାକେଟ ବହୁତ ପତଳା ଏବଂ ଆରାମଦାୟକ ପୋଷାକ ହୋଇଥିବାରୁ ଆଜିକାଲି ଯୁବତୀମାନେ ଗରମଦିନେ ପିନ୍ଧିବାକୁ ଖୁବ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ କିମୋନୋରେ ଆପଣଙ୍କୁ କଲର୍‌, ଷ୍ଟାଇଲ୍‌ ଏବଂ ପ୍ୟାଟର୍ନରେ ମଧ୍ୟ ଭେରାଇଟି ମିଳିବ । ଆପଣ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରରେ କିମୋନୋ ଜ୍ୟାକେଟକୁ ଟ୍ରାଏ କରି ପ୍ରତିଦିନ ଏକ ଭିନ୍ନ ଲୁକ୍‌ କ୍ରିଏଟ୍‌ କରିପାରିବେ ।

ମୋନୋକ୍ରୋମ୍‌ ଲୁକ୍‌ରେ ବ୍ରେକ୍‌:

ଟପ୍‌ ଫ୍ୟାଶନରେ ‘କିମୋନୋ’ ଜ୍ୟାକେଟ୍‌

ଏହା ସବୁଠୁ ଭଲ ଷ୍ଟାଇଲ୍‌ ଯେଉଁଥିରେ କିମୋନୋ ଜ୍ୟାକେଟ୍‌ ପିନ୍ଧିବାକୁ ଟ୍ରାଏ କରିପାରିବେ । ଯଦି ଆପଣ ଏକ ଅଲ୍‌ ହ୍ୱାଇଟ୍‌ କିମ୍ବା ଅଲ୍‌ ବ୍ଲାକ୍‌ ଲୁକ୍‌ କ୍ୟାରୀ କରୁଛନ୍ତି, ଏଥିରେ ନିଜ ଲୁକ୍‌କୁ ଫ୍ୟାନ୍‌ସି ଟଚ୍‌ ଦେବା ପାଇଁ ପ୍ରିଣ୍ଟେଡ୍‌ କିମୋନୋ ଜ୍ୟାକେଟକୁ ପେୟାର ଅପ୍‌ କରନ୍ତୁ । ଏହି ଲୁକ୍‌ରେ ଆପଣ ଲଙ୍ଗ୍‌ ପେଣ୍ଡେଟ୍‌କୁ ଷ୍ଟାଇଲ କରିପାରିବେ । କାଜୁଆଲ ଆଉଟିଂ ପାଇଁ ଏହା ପରଫେକଫ ଆଉଟଫିଟ୍‌ ।

ପିନ୍ଧନ୍ତୁ ଆନିମଲ୍‌ ପ୍ରିଣ୍ଟ୍‌ କିମୋନୋ:
ଟପ୍‌ ଫ୍ୟାଶନରେ ‘କିମୋନୋ’ ଜ୍ୟାକେଟ୍‌

ସମର୍‌ ସିଜନରେ ଅନେକ ପ୍ରକାରର ପ୍ରିଣ୍ଟ୍‌କୁ ଷ୍ଟାଇଲ୍‌ କରାଯାଉଛି । ଏଗୁଡ଼ିକ ମଧ୍ୟରୁ ଏକ ହେଉଛି ଆନିମଲ୍‌ ପ୍ରିଣ୍ଟ୍‌ । ଯଦି ଆପଣ ଏକ ବୋଲï ଲୁକ୍‌ କ୍ୟାରୀ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ଲେନ୍‌ ଟପ୍‌ ସହ ଜିନ୍ସ କିମ୍ବା ଶର୍ଟ୍ସ ଆଉଟ୍‌ଫିଟ୍‌ରେ ଆନିମଲ୍‌ ପ୍ରିଣ୍ଟ୍‌ କିମୋନୋ ଜ୍ୟାକେଟକୁ ପିନ୍ଧନ୍ତୁ । ଏହି ଲୁକ୍‌ରେ ଆପଣ ଜ୍ୟାକେଟ୍‌ ସହ ମ୍ୟାଚିଂ ପ୍ରିଣ୍ଟ୍‌ର ସ୍ନିକର୍ସ କିମ୍ବା ଫୁଟୱିୟର କ୍ୟାରୀ କରିପାରିବେ ।

ବେଲଫକୁ କରନ୍ତୁ ଷ୍ଟାଇଲ୍‌:

ଟପ୍‌ ଫ୍ୟାଶନରେ ‘କିମୋନୋ’ ଜ୍ୟାକେଟ୍‌

ଯଦି ଆପଣ କିମୋନୋକୁ ଏକ ଷ୍ଟାଇଲିସ୍‌ ଢଙ୍ଗରେ ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ଏହାସହ ଏକ ବେଲଫକୁ ପେୟାର ଅପ୍‌ କରିପାରିବେ । ଆପଣ କିମୋନ ଜ୍ୟାକେଟ ସହ ମ୍ୟାଚିଂ କିମ୍ବା କଣ୍ଟ୍ରାଷ୍ଟିଙ୍ଗ୍‌ କଲର୍‌ର ବେଲଫ ପିନ୍ଧିପାରିବେ । ଏହି ଲୁକ୍‌ରେ ଆପଣ ନିଜକୁ ଆସେସୋରିଜରେ ଟ୍ୱିଷ୍ଟ ଦେଇପାରିବେ । କିମୋନୋ ସହ ଥିନ୍‌ ବେଲଫ ବହୁତ ଭଲ ଲାଗିବ । ଏପରି କଲେ ଷ୍ଟାଇଲ୍‌ରେ ଏକ୍ସପେରିମେଣ୍ଟ୍‌ଲ୍‌ ଲୁକ୍‌ ଦେଇପାରିବେ ।

ଆସେସୋରିଜ୍‌ରେ କରନ୍ତୁ ଲୁକ୍‌କୁ ଖାସ୍‌:

ଟପ୍‌ ଫ୍ୟାଶନରେ ‘କିମୋନୋ’ ଜ୍ୟାକେଟ୍‌

କିମୋନୋ ଜ୍ୟାକେଟ ପିନ୍ଧୁଥିଲେ, ଆପଣ ଏହାସହ ବୋହେମିଏନ (ଆଫ୍ରିକାର ଏକ ଆଦିବାସୀ ପାରମ୍ପରିକ)ଲୁକ୍‌ କ୍ରିଏଟ୍‌ କରିପାରିବେ । ପ୍ରିଣ୍ଟେଡ୍‌ କିମୋନୋ ସହ ଏହି ଲୁକ୍‌ ଚାହୁଁଥିଲେ ଆପଣ ଅକ୍ସିଡାଇଜଡ୍‌ ଜୁଏଲାରୀକୁ ପେୟାର୍‌ କରନ୍ତୁ । ଆପଣ ଅକ୍ସିଡାଇଜଡ୍‌ ଚୋକର୍‌ଠୁ ଆରମ୍ଭ କରି ବ୍ରେସଲେଟ୍‌ ପିନ୍ଧିପାରିବେ । ଏହା ଏପରି ଏକ ଲୁକ୍‌, ଯାହା ବିଚ୍‌ ହଲିଡେରେ ବହୁତ ଭଲ ମାନିଥାଏ । ଯଦି ଆପଣ ରେଗୁଲାର ଲୁକ୍‌ରୁ ହଟ୍‌କେ କିଛି ଏକ୍ସପେରିମେଣ୍ଟ୍‌ କରିବା ଚାହୁଁଛନ୍ତି, ତାହେଲେ ଏପରି ଭାବେ ବୋହେମିଏନ ଲୁକ୍‌ କ୍ରିଏଟ୍‌ କରିପାରିବେ ।