ଜେମ୍ଷ୍ଟୋନ ଜୁଏଲାରୀ
ବର୍ତ୍ତମାନ ଲୋକମାନେ ଜେମ୍ ଷ୍ଟୋନକୁ କେବଳ ମୁଦିରେ ପିନ୍ଧା ଯାଉନାହିଁ । ଏହାକୁ ବିଭିନ୍ନ ପ୍ରକାରର ଜୁଏଲାରୀ କରି ପିନ୍ଧା ଯାଉଛି । ଯାହାର କ୍ରେଜ ବର୍ତ୍ତମାନ ଯୁବପିଢିଙ୍କ ଭିତରେ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସେହିଭଳି କିଛି ଜୁଏଲାରୀ ବିଷୟରେ । ନେକ୍ଲେସ୍ ଆପଣ ନିଜର ଜାତକ ଅନୁସାରେ ଜେମ୍ଷ୍ଟୋନ୍କୁ ନେକଲେସ୍ ଫିଟ୍ କରିପାରିବେ । ଆଜିକାଲି ସେଥିପାଇଁ କଷ୍ଟମ ନେକ୍ଲେସ୍ ସେଟ୍ ମିଳି ଯାଉଛି । ସେହିଭଳି ବିଭିନ୍ନ ଜେମ୍ଷ୍ଟୋନ୍କୁ ମିଶାଇ ମଧ୍ୟ […]
ବର୍ତ୍ତମାନ ଲୋକମାନେ ଜେମ୍ ଷ୍ଟୋନକୁ କେବଳ ମୁଦିରେ ପିନ୍ଧା ଯାଉନାହିଁ । ଏହାକୁ ବିଭିନ୍ନ ପ୍ରକାରର ଜୁଏଲାରୀ କରି ପିନ୍ଧା ଯାଉଛି । ଯାହାର କ୍ରେଜ ବର୍ତ୍ତମାନ ଯୁବପିଢିଙ୍କ ଭିତରେ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସେହିଭଳି କିଛି ଜୁଏଲାରୀ ବିଷୟରେ ।
ନେକ୍ଲେସ୍
ଆପଣ ନିଜର ଜାତକ ଅନୁସାରେ ଜେମ୍ଷ୍ଟୋନ୍କୁ ନେକଲେସ୍ ଫିଟ୍ କରିପାରିବେ । ଆଜିକାଲି ସେଥିପାଇଁ କଷ୍ଟମ ନେକ୍ଲେସ୍ ସେଟ୍ ମିଳି ଯାଉଛି । ସେହିଭଳି ବିଭିନ୍ନ ଜେମ୍ଷ୍ଟୋନ୍କୁ ମିଶାଇ ମଧ୍ୟ ନେକ୍ଲେସ୍ ସେଟ୍ ପ୍ରସ୍ତୁତ କରାଯାଉଛି, ଯାହାକୁ ସେମିତି ଖାଲିରେ ବିନା ଜାତକ ଦେଖାରେ ପିନ୍ଧି ପାରିବେ । ଏଗୁଡିକର ଷ୍ଟାଇଲ୍ ହଟକେ ହୋଇଥିବାରୁ ଏଗୁଡିକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି ।
ବ୍ରେସଲେଟ୍ – ନେକଲେସ୍ ଭଳି ବ୍ରେସଲେଟ୍ରେ ମଧ୍ୟ ବର୍ତ୍ତମାନ ଜେମ୍ ଷ୍ଟୋନ ବ୍ୟବହାର କରାଯାଉଛି । ଏଗୁଡିକ ବେଶ୍ ସୁନ୍ଦର ଓ ବଜେଟ୍ ଫ୍ରେଣ୍ଡଲି ରହୁଛି, ଯେଉଁ କାରଣରୁ ଏହା ପ୍ରତି ଲୋକଙ୍କର ଆଗ୍ରହ ବଢୁଛି । ଏହି ବ୍ରେସଲେଟ ଗୁଡିକ ବିଭିନ୍ନ ରଙ୍ଗର ମିଳୁଛି । ଆପଣ ଏହାକୁ ନିଜ ପସନ୍ଦର କିମ୍ବା ଆପଣଙ୍କ ପାଇଁ ଉପଯୁକ୍ତ ଥିବା ଜେମ୍ ଷ୍ଟୋନକୁ ବ୍ୟବହାର କରି ନିର୍ମାଣ କରିପାରିବେ ।
ମୁଦି
ଜେମ୍ଷ୍ଟୋନ ପାଇଁ ଜୁଏଲାରୀ ଭାବେ ମୁଦିକୁ କାହିଁ କେଉଁ କାଳରୁ ବ୍ୟବହାର କରାଯାଇ ଆସୁଛି । ତେଣୁ ନିଜ ରାଶିକୁ ସୁହାଉଥିବା ଭଳି ଜେମ୍ଷ୍ଟୋନକୁ ଆପଣ ମୁଦିରେ ଲଗାଇ ପିନ୍ଧି ପାରିବେ । ଯାହା ହାତକୁ ବେଶ୍ ସୁନ୍ଦର ଲାଗିଥାଏ । ଏହା ଜେମ୍ଷ୍ଟୋନର ସବୁଠାରୁ କମନ ଜୁଏଲାରୀ ଭାବେ ଗଣାଯାଇଥାଏ ।




