ଚୁନା ପକା ଶାଗ
ଓଡିଆ ରୁଚି
ସାମଗ୍ରୀ:
ଶାଗ ୨ ବିଡ଼ା ( ପସନ୍ଦ ଅନୁସାରେ କୋଶଳା, ଲେଉଟିଆ, ଖଡା, ସାରୁ, କନିସିରି ), ପରିବା ( ବାଇଗଣ, ସାରୁ, କଖାରୁ ), ଚାଉଳ ଚୂନା ୨-୩ ଚାମଚ (ଅଳ୍ପ ପାଣିରେ ଗୋଳା ହୋଇଥିବା), ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ରସୁଣ ।
ପ୍ରଣାଳୀ
ପ୍ରଥମେ ଶାଗକୁ ଭଲ ଭାବେ ବାଛି, ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ । ଏକ କଡ଼େଇରେ ଅଳ୍ପ ପାଣି ନେଇ ସେଥିରେ କଟା ପରିବା ହଳଦୀ ଓ ଲୁଣ ପକାଇ ସିଝିବାକୁ ଦିଅନ୍ତୁ । ପରିବା ଅଧା ସିଝି ଆସିଲେ ସେଥିରେ କଟା ଶାଗକୁ ପକାନ୍ତୁ । ଶାଗ ଓ ପରିବା ସମ୍ପୂର୍ଣ୍ଣ ସିଝିଗଲା ପରେ, ପୂର୍ବରୁ ପାଣିରେ ଗୋଳାଇ ରଖିଥିବା ଚାଉଳ ଚୂନା ଘୋଳକୁ ଶାଗରେ ଢାଳନ୍ତୁ । ଏହାକୁ ଲଗାତାର ଗୋଳାନ୍ତୁ ଯେପରି ଚୂନା ଜମାଟ ନ ବାନ୍ଧେ । ଏହାଦ୍ୱାରା ଶାଗଟି ଟିକେ ବହଳିଆ ଓ ଚିକ୍କଣ ହୋଇଯିବ। ଅନ୍ୟ ଏକ ଛୋଟ କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା ଓ ପଞ୍ଚ ଫୁଟଣ ପକାନ୍ତୁ । ଫୁଟଣ ଫୁଟିଗଲେ ସେଥିରେ ଛେଚା ରସୁଣ ପକାଇ ଭଲ ଭାବେ ଭାଜନ୍ତୁ । ରସୁଣ ନାଲି ପଡ଼ିଗଲେ ଏହି ଛୁଙ୍କକୁ ଶାଗ କଡ଼େଇରେ ଢାଳି ଦିଅନ୍ତୁ ଏବଂ ସଙ୍ଗେ ସଙ୍ଗେ ଘୋଡ଼ଣୀ ଦେଇଦିଅନ୍ତୁ, ଯେପରି ରସୁଣର ବାସ୍ନା ଭିତରେ ରହିବ । ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ବାଦିଷ୍ଟ ଚୁନା ପକା ଶାଗ ।




