ଚାପ୍ଡ ଲିପ୍
ଆମ ଶରୀରର ସବୁଠାରୁ ନରମ ଓ କୋମଳ ଅଙ୍ଗ ଆମର ଓଠ ହୋଇଥାଏ । ଏଥିରେ ଅଳ୍ପ କିଛି ସମସ୍ୟା ହେଲେ ମଧ୍ୟ ଆମକୁ ଅଧିକ କଷ୍ଟ ହୋଇଥାଏ । ତେବେ ସାଧାରଣତଃ ଶୀତ ଦିନେ ଓଠ ଶୁଖିବା ସହିତ ଫାଟିଥାଏ । ହେଲେ ବେଳେବେଳେ ଆମ ଓଠ ଫାଟିବା ସହିତ ଧଳା ପଡିଥାଏ । କେତେଜଣ ଏହାକୁ ଖାଲି ଓଠ ଫଟା ଭାବି ଅବହେଳା କରନ୍ତି, କିନ୍ତୁ ଏହା ଏକପ୍ରକାରର ସମସ୍ୟା । ଏହି ସମସ୍ୟାକୁ […]
ଆମ ଶରୀରର ସବୁଠାରୁ ନରମ ଓ କୋମଳ ଅଙ୍ଗ ଆମର ଓଠ ହୋଇଥାଏ । ଏଥିରେ ଅଳ୍ପ କିଛି ସମସ୍ୟା ହେଲେ ମଧ୍ୟ ଆମକୁ ଅଧିକ କଷ୍ଟ ହୋଇଥାଏ । ତେବେ ସାଧାରଣତଃ ଶୀତ ଦିନେ ଓଠ ଶୁଖିବା ସହିତ ଫାଟିଥାଏ । ହେଲେ ବେଳେବେଳେ ଆମ ଓଠ ଫାଟିବା ସହିତ ଧଳା ପଡିଥାଏ । କେତେଜଣ ଏହାକୁ ଖାଲି ଓଠ ଫଟା ଭାବି ଅବହେଳା କରନ୍ତି, କିନ୍ତୁ ଏହା ଏକପ୍ରକାରର ସମସ୍ୟା । ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଚାପ୍ଡ ଲିପ୍ କୁହାଯାଇଥାଏ । ଏହା ହେବା ଦ୍ୱାରା ଓଠ ଫାଟିବା ସହିତ ଧଳା ପଡିଯାଇଥାଏ । କେତେକ କ୍ଷେତ୍ରରେ ଧଳାଧଳା ପ୍ୟାଚ ସୃଷ୍ଟି ହୋଇଥାଏ । ଏହା ବିଭିନ୍ନ ପ୍ରକାରର ହୋଇଥାଏ, ବ୍ୟକ୍ତିଙ୍କର ଶରୀରର ହିସାବରେ ଏହା ଦେଖିବାକୁ ମିଳିଥାଏ । ଓଠକୁ ନରମ କରିବା ପାଇଁ ଯେତେ ପ୍ରକାରର ବାମ ଲଗାଇଲେ ମଧ୍ୟ କାମ କରିନଥାଏ । ଓଠ ସେହି ଶୁଖିଲା ହିଁ ରହିଥାଏ । ତେଣୁ ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ଏହାକୁ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାର ଚିକିତ୍ସା ଖୁବ କମ ଦିନରେ ହୋଇଥାଏ ।




