କ୍ଷୀର ଗଇଁଠା

ଓଡିଆ ରୁଚି 

କ୍ଷୀର ଗଇଁଠା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବୁଟ ଡାଲି ପଲଉ

ସମ୍ବନ୍ଧିତ ଖବର ସୁସ୍ଥ ଅଭ୍ୟାସ

 

ସାମଗ୍ରୀ - ଅରୁଆ ଚାଉଳ, ଖୀର, ଚିନି, ଗୁଜୁରାତି ।

ସମ୍ବନ୍ଧିତ ଖବର ସିମେଇ ଲଡୁ

ପ୍ରଣାଳୀ - ଅରୁଆ ଚାଉଳକୁ ଭିଜାଇ ଚିକ୍କଣ କରି ବାଣ୍ଟି ନିଅନ୍ତୁ । ଏହି ପିଠଉକୁ କିଛି ସମୟ ପାଇଁ ରଖିନିଅନ୍ତୁ । ଏହାପରେ ଏଥିରୁ ଅଳ୍ପ ଟିକେ ବାହାର କରିଦେଇ ଅବଶିଷ୍ଟ ପିଠଉକୁ ପାଣିଦେଇ ସିଝାଇ ନିଅନ୍ତୁ । ସିଝିବା ପରେ ଏହା ଅଟାଭଳି ଗାଢ ହୋଇଯିବା ଯାହାପରେ ଏହାକୁ ତଳକୁ ଓହ୍ଲାଇ ନିଅନ୍ତୁ। ଏହା ଥଣ୍ଡା ହେବାପରେ ଏହାକୁ ଚକଟି ଛୋଟଛୋଟ ଗୋଲଗୋଲ ଆକାରର ଗଢନ୍ତୁ । ଅନ୍ୟଏକ ହାଣ୍ଡିରେ ଖୀର ଫୁଟାଇ ନିଅନ୍ତୁ । ଖୀର କିଛି ସମୟ ଫୁଟିବା ପରେ ଏଥିରେ ଗଇଁଠା ଗୁଡିକ ପକାଇ ନିଅନ୍ତୁ । ଏହା କିଛି ସମୟ ଫୁଟିବା ପରେ ଏଥିରେ ପୂର୍ବରୁ ରଖିଥିବା ପିଠଉ ମିଶାଇ ନେବ । ଏହାପରେ ଏହି ସମସ୍ତ ମିଶ୍ରଣକୁ ପୁଣି ୧୦ ମିନିଟ ଧରି ଫୁଟାଇ ନିଅନ୍ତୁ । ଶେଷରେ ଗୁଜୁରାତି ଗୁଣ୍ଡ ପକାଇ ପ୍ରସ୍ତୁତ କରନ୍ତୁ ଖୀର ଗଇଁଠା ।

Tags:

Related Posts

ଚାରମଗଜ ଚିକେନ

ଚାରମଗଜ ଚିକେନ

ସିମେଇ ଲଡୁ

ସିମେଇ ଲଡୁ

ବୁଟ ଡାଲି ପଲଉ

ବୁଟ ଡାଲି ପଲଉ