କଦଳୀ କଟଲେଟ
ସାମଗ୍ରୀ :
କଞ୍ଚା କଦଳୀ, ୩ଟିଆଳୁ, ୨ଟି କଞ୍ଚା ଲଙ୍କା, ୨ଟି କଟା ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର, ଗରମ ମସଲା ଗୁଣ୍ଡ, ଜିରା ଗୁଣ୍ଡ,ଚାଟ୍ ମସଲା, କର୍ନଫ୍ଲୋର, ବ୍ରେଡ୍ କ୍ରମ୍ବସ,
ପ୍ରସ୍ତୁତି
କଞ୍ଚା କଦଳୀ କଟଲେଟ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଞ୍ଚା କଦଳୀ ଏବଂ ଆଳୁକୁ ପ୍ରେସର କୁକରରେ ଭଲଭାବେ ସିଝାଇ ଚୋପା ଛଡ଼ାଇ ଦିଅନ୍ତୁ । ଏହାପରେ ଏକ ପାତ୍ରରେ ସେଗୁଡ଼ିକୁ ଭଲଭାବେ ଚକଟି ସେଥିରେ କଟା କଞ୍ଚା ଲଙ୍କା, କଟା ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର, ଗରମ ମସଲା, ଜିରା ଗୁଣ୍ଡ, ଚାଟ୍ ମସଲା, ସ୍ୱାଦ ଅନୁସାରେ ଲୁଣ ଏବଂ ବାଇଣ୍ଡିଂ ପାଇଁ କର୍ନଫ୍ଲୋର କିମ୍ବା ବେସନ ମିଶାଇ ଏକ ଶକ୍ତ ମଣ୍ଡ ପ୍ରସ୍ତୁତ କରନ୍ତୁ । ଏବେ ହାତରେ ସାମାନ୍ୟ ତେଲ ଲଗାଇ ସେହି ମିଶ୍ରଣକୁ ଆପଣଙ୍କ ପସନ୍ଦ ଅନୁସାରେ ଗୋଲ କିମ୍ବା ଚେପ୍ଟା ଆକାର ଦେଇ କଟଲେଟ୍ ତିଆରି କରନ୍ତୁ । ଏହି କଟଲେଟ୍ ଗୁଡ଼ିକୁ ବ୍ରେଡ୍ କ୍ରମ୍ବସ କିମ୍ବା ସୁଜି ଉପରେ ଗଡ଼ାଇ ଭଲଭାବେ କୋଟିଂ କରି ଦିଅନ୍ତୁ । ଶେଷରେ କଡ଼େଇରେ ତେଲ ଗରମ କରି ମିଡିୟମ୍ ଆଞ୍ଚରେ କଟଲେଟ୍ ଗୁଡ଼ିକୁ ଦୁଇ ପାର୍ଶ୍ୱ ସୁନାଲି ଏବଂ କୁରୁକୁରିଆ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କିମ୍ବା ଆପଣ ଚାହିଁଲେ କମ୍ ତେଲ ଦେଇ ତାୱାରେ ସେକି ମଧ୍ୟ ଗରମାଗରମ ପରଷି ପାରିବେ ।




