କଞ୍ଚା କଦଳୀର ଉପକାରିତା
ସାଧାରଣତଃ ପାଚିଲା କଦଳୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି, ହେଲେ କଞ୍ଚା କଦଳୀ ତରକାରୀରେ ବ୍ୟବହାର ହୁଏ I କିନ୍ତୁ ସମସ୍ତେ କନାଚ କଦଳୀ ଖାଇବାକୁ ପସନ୍ଦ କରନ୍ତି ନାହିଁ I ମାତ୍ର କଞ୍ଚା କଦଳୀ ଏପରି ଏକ ପରିବା ଯେଉଁଥିରେ ଅନେକ ଭିଟାମିନ୍ସ ରହିଛି । ଏଥିରେ ଫାଇବର, ଭିଟାବିନ୍-ସି, ଭିଟାବିନ୍ -ବି ୬, ପୋଟାସିୟମ୍ , ଫସ୍ଫରସ, ମାଗ୍ନେସିୟମ୍, ଜିଙ୍କ୍ , ଏବଂ ଫେନୋଲିକ୍ ଭଳି ତତ୍ତ୍ୱ ଭରି ରହିଥାଏ । – କଞ୍ଚା […]
ସାଧାରଣତଃ ପାଚିଲା କଦଳୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି, ହେଲେ କଞ୍ଚା କଦଳୀ ତରକାରୀରେ ବ୍ୟବହାର ହୁଏ I କିନ୍ତୁ ସମସ୍ତେ କନାଚ କଦଳୀ ଖାଇବାକୁ ପସନ୍ଦ କରନ୍ତି ନାହିଁ I ମାତ୍ର କଞ୍ଚା କଦଳୀ ଏପରି ଏକ ପରିବା ଯେଉଁଥିରେ ଅନେକ ଭିଟାମିନ୍ସ ରହିଛି । ଏଥିରେ ଫାଇବର, ଭିଟାବିନ୍-ସି, ଭିଟାବିନ୍ -ବି ୬, ପୋଟାସିୟମ୍ , ଫସ୍ଫରସ, ମାଗ୍ନେସିୟମ୍, ଜିଙ୍କ୍ , ଏବଂ ଫେନୋଲିକ୍ ଭଳି ତତ୍ତ୍ୱ ଭରି ରହିଥାଏ ।
– କଞ୍ଚା କଦଳୀରେ ଫାଇବର୍ ରହିଥାଏ । ଯାହା ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟତା କରିଥାଏ । କଦଳୀ ଖାଦ୍ୟ ହଜମ ପ୍ରକ୍ରିୟାକୁ ଶୀଘ୍ର ମଧ୍ୟ କରିଥାଏ ।
– କଞ୍ଚା କଦଳୀରେ ମିଠାର ପରିମାଣ କମ୍ ରହିଥାଏ । ତେଣୁ ଏହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବେଶ୍ ଲାଭଦାୟକ ହୋଇଥାଏ ।
– ଏଥିରେ ଥିବା ଫାଇବର୍ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
-ସେହିପରି ମେଦବହୁଳତାକୁ ମଧ୍ୟ କଞ୍ଚା କଦଳୀ ଦୂର କରିଥାଏ । କଞ୍ଚା କଦଳୀରେ ଥିବା ଫାଇବର୍ ଖାଦ୍ୟକୁ ଖୁବ୍ ସହଜରେ ହଜମ କରିଥାଏ । ଯାହା ଫଳରେ ଆମକୁ ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ରହିଥିବାର ଜଣାପଡେ । ଏହା ଦ୍ୱାରା ଆମକୁ ଅଧିକ ସମୟ ଯାଏଁ ଭୋକ ଲାଗି ନଥାଏ । ଏଥିରେ ଆମର ଓଜନ ହ୍ରାସ ହୋଇଥାଏ ।
-ଚର୍ମ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । କାରଣ ଏଥିରେ ଅନେକ ପ୍ରକାର ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ୍ ଭରପୂର ଥାଏ । ଯାହା ଆମ ତ୍ୱଚାକୁ ଉଜ୍ୱଳ ରଖିଥାଏ ।




