ଆଚାରକୁ ବଞ୍ଚାନ୍ତୁ ଫିମ୍ପିରୁ
ଅନେକ ସମୟରେ ଆଚାରକୁ ସାଇତି ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି । ତେବେ ଏଭଳି ମଧ୍ୟ ଦେଖିବାକୁ ମିଳେ କି ଅନେକ ଲୋକ ଆଚାରକୁ ଭଲ ଭାବି ଖାଇଥାଆନ୍ତି ହେଲେ ଏହା ଭଲ ନଥାଏ । ଯେଉଁ କାରଣରୁ ଦେହ ଖରାପ ହୋଇଥାଏ । ଅନେକ ସମୟରେ ଆଚାର ଉପରେ ଧଳାଧଳା ଫିମ୍ପି ଲାଗିଯାଇଥାଏ । ଲୋକମାନେ ଏହାକୁ ଉପରୁ ଉପରୁ କାଢି ଖାଇଦେଇଥାଆନ୍ତି । ହେଲେ ଏପରି କରିବା ଉଚିତ୍ ନୁହେଁ […]
ଅନେକ ସମୟରେ ଆଚାରକୁ ସାଇତି ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି । ତେବେ ଏଭଳି ମଧ୍ୟ ଦେଖିବାକୁ ମିଳେ କି ଅନେକ ଲୋକ ଆଚାରକୁ ଭଲ ଭାବି ଖାଇଥାଆନ୍ତି ହେଲେ ଏହା ଭଲ ନଥାଏ । ଯେଉଁ କାରଣରୁ ଦେହ ଖରାପ ହୋଇଥାଏ । ଅନେକ ସମୟରେ ଆଚାର ଉପରେ ଧଳାଧଳା ଫିମ୍ପି ଲାଗିଯାଇଥାଏ । ଲୋକମାନେ ଏହାକୁ ଉପରୁ ଉପରୁ କାଢି ଖାଇଦେଇଥାଆନ୍ତି । ହେଲେ ଏପରି କରିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଫୁଡ ପଏଜନିଂ ହେବାର ଡର ରହିଥାଏ । ସେହିଭଳି କିଛି ସମୟରେ ଆଚାରରେ ଫିମ୍ପି ମାରିଛି ବୋଲି ଜଣା ପଡିନଥାଏ, ହେଲେ ଏହା ଅଧିକ ଦିନ ରହିଯାଇଥାଏ । ଏପରିସ୍ଥଳେ ମଧ୍ୟ ଏହାକୁ ଖାଇବା ଅନୁଚିତ୍ । ଏପରିସ୍ଥିତିରେ ପେଟ ଖରାପ ସହିତ ଆଲର୍ଜି ହେବାର ଆଶଙ୍କା ରହିଛି ।
– ତେବେ ଆଚାରକୁ ଫିମ୍ପି ମାରିବାରୁ ବଞ୍ଚାଇବାକୁ ହେଲେ ଏହାକୁ ଷ୍ଟୋର କରି ରଖିବା ସମୟରେ ଯନି ନେବାକୁ ହେବ । ଏହାକୁ ରଖିବାକୁ କିଛି ଉପାୟ ରହିଛି ଯାହାକୁ ଅନୁକରଣ କରିବା ଫଳରେ ଆମ ଆଚାର ଅଧିକ ଦିନ ଯାଏଁ ଖୁବ ଭଲ ରହିବ ।
– ଆଚାରରେ ଭିନେଗାର କମ ଥିଲ ଏଥିରେ ଫିମ୍ପି ମାରିବାର ଭୟ ଥାଏ । ତେଣୁ ସବୁବେଳେ ସଠିକ୍ମାତ୍ରାରେ ଭିନେଗାର ଆଚାରରେ ପକାନ୍ତୁ ।
-କେବେ ବି ଆଚାରକୁ ଓଦା ହାତରେ ଧରନ୍ତୁ ନାହିଁ । ଓଦା ହାତ ବାଜିବା ଫଳରେ ଆଚାର ଧରିବା ଫଳରେ ନଷ୍ଟ ହେବାର ଭୟ ବେଶି ରହିଥାଏ । ସବୁବେଳେ ଡଙ୍କି କିମ୍ବା ଚାମଚରେ ଆଚାର କାଢନ୍ତୁ ।
– ବର୍ଷା ଦିନେ ବେଶି ସତର୍କତାର ସହିତ ଆଚାର ରଖନ୍ତୁ । ବର୍ଷା ହେଉଥିଲେ ତାପମାତ୍ରାରେ ଆଦ୍ରତା ରହିଥାଏ । ଯେଉଁ କାରଣରୁ ଆଚାର ଖରାପ ହେବାର ଭୟଥାଏ । ଏହି ଦିନେ ଆଚାର ଡବାକୁ ସବୁବେଳେ ଶୁଖିଲା ସ୍ଥାନରେ ରଖନ୍ତୁ , ଏହା ଭଲ ରହିବ ।
– ସବୁବେଳେ ଆଚାର ରଖିବାବେଳେ ଡବାକୁ ଭଲକରି ବନ୍ଦ କରନ୍ତୁ । ଯେତେ ଟାଇଟ ବନ୍ଦ କରିବେ ଆଚାର ସେତେ ସୁରକ୍ଷିତ ରହିବ । ଖରାପ କିମ୍ବା ଫିମ୍ପି ଲାଗିବ ନାହିଁ ।
– ଆଚାରରେ ଭିନେଗାର ଭଳି ଲୁଣର ମାତ୍ରାକୁ ଠିକ୍ ରଖନ୍ତୁ ଲୁଣ କମିଲେ ଆଚାର ନଷ୍ଟ ହେବାର ଡର ରହିଥାଏ ।




