ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇଛି : ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ଦାବି କରିଛନ୍ତି ଯେ ପ୍ରଖ୍ୟାତ ଗାୟକ ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇଛି। ଗର୍ଗଙ୍କର ସିଙ୍ଗାପୁରରେ ଗତ ସେପ୍ଟେମ୍ବର ୧୯ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏନ୍‌ଇଆଇଏଫ୍‌ ( ଉତ୍ତର ପୂର୍ବ ଭାରତ ଉତ୍ସବ)ର ଚତୁର୍ଥ ସଂସ୍କରଣରେ ଯୋଗ ଦେବାପାଇଁ ସେ ସିଙ୍ଗାପୁର ଯାଇଥିବା ବେଳେ ତାଙ୍କର ସେଠାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ମାମଲାରେ ସମସ୍ତଙ୍କୁ ଚକିତ […]

ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇଛି : ଆସାମ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ଦାବି କରିଛନ୍ତି ଯେ ପ୍ରଖ୍ୟାତ ଗାୟକ ଜୁବିନ ଗର୍ଗଙ୍କୁ ହତ୍ୟା କରାଯାଇଛି। ଗର୍ଗଙ୍କର ସିଙ୍ଗାପୁରରେ ଗତ ସେପ୍ଟେମ୍ବର ୧୯ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏନ୍‌ଇଆଇଏଫ୍‌ ( ଉତ୍ତର ପୂର୍ବ ଭାରତ ଉତ୍ସବ)ର ଚତୁର୍ଥ ସଂସ୍କରଣରେ ଯୋଗ ଦେବାପାଇଁ ସେ ସିଙ୍ଗାପୁର ଯାଇଥିବା ବେଳେ ତାଙ୍କର ସେଠାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ମାମଲାରେ ସମସ୍ତଙ୍କୁ ଚକିତ କରିବା ଭଳି ମନ୍ତବ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି, ‘ ମୁଁ ଏହାକୁ ଏକ ଦୁର୍ଘଟଣା କହୁନାହିଁ। ହତ୍ୟା ମାମଲାରେ ଚାର୍ଜସିଟ୍‌ ଡିସେମ୍ବର ୧୭ ସୁଦ୍ଧା ଦାଖଲ ହେବା ଉଚିତ। କିନ୍ତୁ ମୁଁ ଡିସେମ୍ବର ୮ ସୁଦ୍ଧା ଏହା ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ କରିଛି। ଆମେ ଏବେ ପ୍ରସ୍ତୁତ ବୋଲି ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା ନେଇ ରାଜ୍ୟବ୍ୟାପୀ ୬୦ରୁ ଅଧିକ ଏତଲା ରୁଜୁ ହେବାପରେ ଆସାମ ପୁଲିସର ସିଆଇଡି ( ଅପରାଧୀ ତଦନ୍ତ ବିଭାଗ) ଅଧୀନରେ ଏସ୍‌ଆଇଟି ଏହାର ତଦନ୍ତ କରୁଛି।

Tags: