ଜୁବିନ୍ ଗର୍ଗ ମୃତ୍ୟୁ ମାମଲାରେ ୫ ଅଭିଯୁକ୍ତଙ୍କୁ ଜେଲ ନିଆଯିବାବେଳେ ହିଂସା, ଅନେକ ଆହତ
ଗୌହାଟୀ: ଆସାମର ଲୋକପ୍ରିୟ ଦିଂବଗତ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ୫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବୁଧବାର ସେମାନଙ୍କୁ ବାକସା ସେଣ୍ଟ୍ରାଲ ଜେଲ ନିଆଯିବା ସମୟରେ ହିଂସା ଉପୁଜିଛି। ପ୍ରଦର୍ଶନକାରୀ ପୁଲିସ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ଅଭିଯୁକ୍ତଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ବିକ୍ଷୋଭକାରୀଙ୍କ ପଥର ମାଡ଼ରେ ଜଣେ ମହିଳା ପୁଲିସଙ୍କ ସମେତ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ। ପ୍ରଦର୍ଶନକାରୀ ଜେଲ ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା […]
ଗୌହାଟୀ: ଆସାମର ଲୋକପ୍ରିୟ ଦିଂବଗତ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ୫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବୁଧବାର ସେମାନଙ୍କୁ ବାକସା ସେଣ୍ଟ୍ରାଲ ଜେଲ ନିଆଯିବା ସମୟରେ ହିଂସା ଉପୁଜିଛି। ପ୍ରଦର୍ଶନକାରୀ ପୁଲିସ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ଅଭିଯୁକ୍ତଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ବିକ୍ଷୋଭକାରୀଙ୍କ ପଥର ମାଡ଼ରେ ଜଣେ ମହିଳା ପୁଲିସଙ୍କ ସମେତ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ। ପ୍ରଦର୍ଶନକାରୀ ଜେଲ ଭିତରକୁ ଜୋର ଜବରଦସ୍ତ ପଶିବାକୁ ଚେଷ୍ଟା କରିବାରୁ ପୁଲିସକୁ ଲାଠିଚାର୍ଜ ତଥା ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ପ୍ରଦର୍ଶନକାରୀ ଗୋଟିଏ ପୁଲିସ ଗାଡ଼ି ପୋଡ଼ି ଦେଇଥିଲେ। ଉକ୍ତ ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଛି। ଏହାପୂର୍ବରୁ ଉତ୍ତରପୂର୍ବ ଭାରତ ଫେଷ୍ଟିଭାଲ ଆୟୋଜକ ଶ୍ୟାମକନୁ ମହନ୍ତ, ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ତାଙ୍କ ସମ୍ପର୍କୀୟ ତଥା ନିଲମ୍ବିତ ପୁଲିସ ଅଧିକାରୀ ସନ୍ଦୀପନ ଗର୍ଗ, ଦୁଇ ସୁରକ୍ଷାକର୍ମୀ ନନ୍ଦେଶ୍ବର ବୋରା ଏବଂ ପ୍ରବୀଣ ବୈଶ୍ୟଙ୍କୁ ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ବାକସା ସେଣ୍ଟ୍ରାଲ ଜେଲ ନିଆଯାଇଥିଲା। କୋର୍ଟ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଯେଉଁଠି କମ୍ ଅପରାଧୀ ଥିବେ ସେହି ଜେଲ ପଠାଇବାକୁ କହିଥିଲେ।




