ୟୁପିରେ ଲାଗିଲା ନାଇଟ କର୍ଫୁ୍ୟ: ନିର୍ବାଚନ ଟାଳିବାକୁ ଚେତାଇଲା ଆହ୍ଲାହାବାଦ ହାଇକୋର୍ଟ

ଲକ୍ଷ୍ନୌ: ଡିସେମ୍ବର ୨୪: କରୋନା ଭାରିଆଣ୍ଟ ଓମିକ୍ରନ୍‌ର ସଙ୍କଟ ଦେଖି ୟୁପିର ସରକାର ଯୋଗୀ ଆଦିତ୍ୟନାଥ ନାଇଟ କଫୁ୍ର୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୫ରୁ ଅର୍ଥାତ୍‌ ଆସନ୍ତା କାଲିଠୁ ରାତି ୧୧ଟାରୁ ଭୋର ୫ଟା ଯାଏଁ ଏହି ନାଇଟ୍‌ କର୍ଫୁ୍ୟ ଜାରି ହେବ । ଏହାସହିତ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେବା ପାଇଁ କୋଭିଡ ପ୍ରୋଟକଲ୍‌ ଅନୁସାରେ ୨୦୦ ଲୋକଙ୍କୁ ଅନୁମତି ମିଳିଛି । ଅନ୍ୟପକ୍ଷରେ , ରାଜ୍ୟରେ ଓମିକ୍ରନ୍‌ର […]

Samaya Live Picture
Published On

ଲକ୍ଷ୍ନୌ: ଡିସେମ୍ବର ୨୪: କରୋନା ଭାରିଆଣ୍ଟ ଓମିକ୍ରନ୍‌ର ସଙ୍କଟ ଦେଖି ୟୁପିର ସରକାର ଯୋଗୀ ଆଦିତ୍ୟନାଥ ନାଇଟ କଫୁ୍ର୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୫ରୁ ଅର୍ଥାତ୍‌ ଆସନ୍ତା କାଲିଠୁ ରାତି ୧୧ଟାରୁ ଭୋର ୫ଟା ଯାଏଁ ଏହି ନାଇଟ୍‌ କର୍ଫୁ୍ୟ ଜାରି ହେବ । ଏହାସହିତ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେବା ପାଇଁ କୋଭିଡ ପ୍ରୋଟକଲ୍‌ ଅନୁସାରେ ୨୦୦ ଲୋକଙ୍କୁ ଅନୁମତି ମିଳିଛି ।

ଅନ୍ୟପକ୍ଷରେ , ରାଜ୍ୟରେ ଓମିକ୍ରନ୍‌ର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାବର୍ଷ ପ୍ରଥମ ଭାଗରେ ୟୁପି ନିର୍ବାଚନକୁ ନେଇ ଆହ୍ଲାହାବାଦ ହାଇକୋର୍ଟ ସତର୍କ କରାଇଛି । ନିର୍ବାଚନ ସଭା, ରାଲିରେ ଶତାଧୀକ ଲୋକ ଏକତ୍ରିତ ହେବାକୁ ଥିବାରୁ କୋଭିଡ ଅଣାୟତ୍ତ ହୋଇପାରେ । ତେଣୁ ନିର୍ବାଚନକୁ ଟାଳିବା ସହ ରାଲି ଉପରେ କଟକଣା ଲଗା ନ ଗଲେ ଏହାର ପରିଣାମ ଦ୍ୱିତୀୟ ଲହରଠୁ ବି ଭୟଙ୍କର ହୋଇପାରେ ବୋଲି ଆହ୍ଲାହାବାଦ ହାଇକୋର୍ଟ ଚେତାଇ ଦେଇଛି ।

ହାଇକୋର୍ଟର ବିଚାରକ ଶେଖର କୁମାର ଯାଦବ କହିଛନ୍ତି, ଜୀବନ ଥିଲେ ଦୁନିଆ ରହିଛି । କୋର୍ଟରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ହେଉଥିବା ବେଳେ ଏଥିଯୋଗୁ କରୋନା ପୁଣି ଥରେ ବ୍ୟାପିପାରେ । ଗୋଟିଏ ଜାଗାରେ ଶହ ଶହ ଲୋକ ଏକତ୍ରିତ ହେଲେ ସେଠାରେ ସାମାଜିକ ଦୂରତା ନିୟମ ମାନିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ବିଭିନ୍ନ ଦେଶରେ ଦିନକୁ ଦିନ ଓମିକ୍ରନ୍‌ ମାମଲା ବିବାଦରେ ଲାଗିଥିବା ବେଳେ ବହୁ ଦେଶ ଏବେଠୁ ଲକ୍‌ଡାଉନ୍‌ ଆରମ୍ଭ କରିଦେଲେଣି ।

ସେ ଉଦାହାରଣ ଦେଇ କହିଛନ୍ତି, ୟୁପି ଗ୍ରାମପଞ୍ଚାୟତ ନିର୍ବାଚନ ଓ ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ଯେଉଁମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଜୀବନ ମଧ୍ୟ ଚାଲିଗଲା । ବିଭିନ୍ନ ରାଜନୈତିକ ଦଳ ଏବେଠୁ ୟୁପି ବିଧାନସଭା ନିର୍ବାଚନ ନିମନ୍ତେ ରାଲି ଓ ସଭାର ଆୟୋଜନ କରିବାରେ ବ୍ୟସ୍ତ ରହିଛନ୍ତି । ଏପରି ଆୟୋଜନରେ ଶତାଧିକ ଲୋକ ଏକାଠି ହେଉଥିବା ବେଳେ କୋଭିଡ ପ୍ରୋଟୋକଲ ପାଳନ ଅସମ୍ଭବ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତିର ସମୀକ୍ଷା କରି ଟେଷ୍ଟିଂ, କଣ୍ଟେନମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ମୋଦି ୟୁପି ନିର୍ବାଚନ ସଭା, କାର୍ଯ୍ୟକ୍ରମ ଏବଂ ରାଲି ଉପରେ କଟକଣା ଜାରି କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।