ଘଣ୍ଟାଏ ଧରି ‘X’ ଡାଉନ, ସମସ୍ୟାରେ ୟୁଜର୍ସ
ମାଇକ୍ରୋବ୍ଲଗିଂ ସାଇଟ ‘X’ ର ସର୍ଭର ଡାଉନ । ସର୍ଭର ଡାଉନ ହେବା ଫଳରେ କୌଣସି ପୋଷ୍ଟ ଦେଖି ହେଉନାହିଁ I ପ୍ରାୟ ଘଣ୍ଟାଏ ଧରି ‘X’ ର ସର୍ଭର ଡାଉନ ରହିବା ଫଳରେ ସମ୍ପୂର୍ଣ୍ଣ ବ୍ଲାକ ରହିଥିଲା ସାଇଟ Iଏଥିପାଇଁ ଆପ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ୟୁଜର୍ସ ଅନେକ ହଇରାଣ ହେଉଥିବା ଜଣାପଡିଛି । ଟୁଇଟର ଡାଉନ ହେବା ଯୋଗୁଁ କୋଟି କୋଟି ୟୁଜର୍ସ ଆପ୍ ଏବଂ ୱେବସାଇଟ ବ୍ୟବହାର […]
ମାଇକ୍ରୋବ୍ଲଗିଂ ସାଇଟ ‘X’ ର ସର୍ଭର ଡାଉନ । ସର୍ଭର ଡାଉନ ହେବା ଫଳରେ କୌଣସି ପୋଷ୍ଟ ଦେଖି ହେଉନାହିଁ I ପ୍ରାୟ ଘଣ୍ଟାଏ ଧରି ‘X’ ର ସର୍ଭର ଡାଉନ ରହିବା ଫଳରେ ସମ୍ପୂର୍ଣ୍ଣ ବ୍ଲାକ ରହିଥିଲା ସାଇଟ Iଏଥିପାଇଁ ଆପ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ୟୁଜର୍ସ ଅନେକ ହଇରାଣ ହେଉଥିବା ଜଣାପଡିଛି । ଟୁଇଟର ଡାଉନ ହେବା ଯୋଗୁଁ କୋଟି କୋଟି ୟୁଜର୍ସ ଆପ୍ ଏବଂ ୱେବସାଇଟ ବ୍ୟବହାର କରିବାରେ ସମସ୍ୟା ଭୋଗୁଛନ୍ତି ।
‘X’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି । ତେବେ ସୂଚନା ମୁତାବକ, ପ୍ରାୟ ୪୭ ହଜାରରୁ ଅଧିକ ଆମେରିକୀୟ ୟୁଜର୍ସ ଏନେଇ ଅଭିଯୋଗ କରିସାରିଛନ୍ତି ।
ଆଜି ସକାଳ ୧୦.୫୪ ମିନିଟରୁ ସାଇଟ ଡାଉନ ରହିଛି । ତେବେ ପୂର୍ବରୁ ଅନେକ ଥର ସର୍ଭର ଡାଉନ ହୋଇଥିବା ଯୋଗୁଁ ୟୁଜର୍ସ ଅନେକ ସମସ୍ୟାର ସାମ୍ନା କରିଛନ୍ତି । ୨୧ ଡିସେମ୍ବର ଅର୍ଥାତ୍ ଆଜି ଏକ୍ସ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଡାଉନ ହୋଇଛି । ତେବେ ସମଗ୍ର ବିଶ୍ୱର ପାଖାପାଖି ୭ ହଜାର ୟୁଜର୍ସ ଟ୍ଵିଟର ଡାଉନ ହେବା ନେଇ ରିପୋର୍ଟ କରିଛନ୍ତି ।
ଏହା ପୂର୍ବରୁ ମାର୍ଚ୍ଚ ମାସରେ ସାଇଟ ଡାଉନ ରହିଥିଲା । ଟ୍ଵିଟର ଡାଉନ ହେବା ଯୋଗୁଁ ୟୁଜର୍ସ ଫଟୋ,ଲିଙ୍କ କିମ୍ବା ଭିଡିଓ ଦେଖିପାରୁନାହାନ୍ତି । ସୋସିଆଲ ମିଡିଆରେ ଆଜିକାଲି ସମସ୍ତଙ୍କର ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଟିକେ ମାତ୍ର ସର୍ଭିସ ଡାଉନ ହୋଇଯିବା ମାତ୍ରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି ।




