ସ୍କେଟିଂ କରି ମହିଳାଙ୍କ ବିଶ୍ୱ ରେକର୍ଡ ନିଶା

ନୂଆଦିଲ୍ଲୀ : ସ୍କେଟିଂ ଯାତ୍ରା କରି ବିଶ୍ୱ ରେକର୍ଡ ନିଶା । ସ୍କେଟିଂ କରି ଉତ୍ତରପ୍ରଦେଶରୁ ବାହାରି ୨୦ଟି ରାଜ୍ୟ ଦେଇ ୧୦,୫୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଛନ୍ତି ଜଣେ ମହିଳା । ୧୦ହଜାର ୯୬ କିଲୋମିଟର ଯାତ୍ରା କରି ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା କାନାଡାର ବ୍ୟକ୍ତିଙ୍କୁ ପଛରେ ପକାଇ ଭାରତର ନାଁକୁ ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ଆଣିବା ପାଇଁ କରୁଛନ୍ତି ସ୍କେଟିଂ ଯାତ୍ରା । ମହିଳା […]

ସ୍କେଟିଂ କରି ମହିଳାଙ୍କ ବିଶ୍ୱ ରେକର୍ଡ ନିଶା
Samaya Live Picture
Published On

ନୂଆଦିଲ୍ଲୀ : ସ୍କେଟିଂ ଯାତ୍ରା କରି ବିଶ୍ୱ ରେକର୍ଡ ନିଶା । ସ୍କେଟିଂ କରି ଉତ୍ତରପ୍ରଦେଶରୁ ବାହାରି ୨୦ଟି ରାଜ୍ୟ ଦେଇ ୧୦,୫୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଛନ୍ତି ଜଣେ ମହିଳା । ୧୦ହଜାର ୯୬ କିଲୋମିଟର ଯାତ୍ରା କରି ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା କାନାଡାର ବ୍ୟକ୍ତିଙ୍କୁ ପଛରେ ପକାଇ ଭାରତର ନାଁକୁ ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ଆଣିବା ପାଇଁ କରୁଛନ୍ତି ସ୍କେଟିଂ ଯାତ୍ରା । ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶ କାଶୀରେ ବାସ କରୁଥିବା ସୋନି ଚୌରସିୟା । ସ୍କେଟିଂରେ ଯାତ୍ରା କରି ଝାଡ଼ଖଣ୍ଡ ରାସ୍ତା ଦେଇ ଗତକାଲି ଅପରାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ଆଜି ସକାଳୁ ରାଉରକେଲାରୁ ବାହାରି ବାରକୋଟ, ଖମାର, କାମାକ୍ଷାନଗର ଦେଇ କଟକ ପରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି କହିଛନ୍ତି । ଯୋଗକୁ ନେଇ ସୁସ୍ଥ ଭାରତ ସମର୍ଥ ଭାରତ ଏବଂ ପରିବେଶର ସୁରକ୍ଷାକୁ ନେଇ ଆରମ୍ଭ କରିଛନ୍ତି ଏହି ସ୍କେଟିଂ ଯାତ୍ରା । ଏଭଳି ଭାବେ ବିଶ୍ବ ରେକର୍ଡ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସୋନି ଚୌରାସିଆ ।

ଜାନୁଆରୀ ୨୦ ତାରିଖରେ କାଶୀରୁ ବାହାରିଛନ୍ତି ସୋନି । ସେ ମେ ୧୨ରେ କାଶୀରେ ପହଞ୍ଚି ଏହି ଯାତ୍ରା ଶେଷ କରିବେ । କାଶୀରୁ ବାହାରି କାଶୀରେ ପହଞ୍ଚିଵା ଲକ୍ଷ୍ୟ ନେଇ ସୋନି ଚୌରାସିଆ ୬ ଜଣିଆ ଟିମ୍ ନେଇ ବାହାରିଥିଲେ । ସେ ୪ ମାସରେ ୨୦ ରାଜ୍ୟର ୧୦, ୫୫୦ କିଲୋମିଟର ସ୍କେଟିଂ କରି ଯାତ୍ରା ସମ୍ପନ୍ନ କରିବେ ।

ପୂର୍ବରୁ ସୋନି ଚୌରସିୟା ୨୦୧୬ ମସିହାରେ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ କରିଥିଲେ । ସୋନି ଚୌରସିଆଙ୍କ ଏଭଳି ଏକ ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ସ୍କେଟିଂରେ ଯାଉଥିବା ବେଳେ ବାଟରେ ତାଙ୍କୁ ସମର୍ଥନ ସହ ସ୍ୱାଗତ କରୁଛନ୍ତି ଲୋକେ ।

Tags: