କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜଣେ ହିନ୍ଦୁ ଶିକ୍ଷୟିତ୍ରୀ ନିହତ
କୁଲଗାମ୍: ମେ ୩୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନଙ୍କ ଗୁଳିରେ ଆଜି ଜଣେ ହିନ୍ଦୁ ଶିକ୍ଷୟିତ୍ରୀ ନିହତ ହୋଇଛନ୍ତି । ଶିକ୍ଷୟିତ୍ରୀ ଜଣକ ଶିକ୍ଷକତା କରୁଥିବା ସ୍ଥାନ କୁଲଗାମର ଗୋପାଲପୋରା ଅଞ୍ଚଳରେ ଆତଙ୍କବାଦୀ ତାଙ୍କୁ ଗୁଳି ମାରିଥିଲେ । ଶିକ୍ଷୟିତ୍ରୀ ନାମ ରଜନୀ ବାଲା ଓ ମୃତ୍ୟୁ ବେଳକୁ ତାଙ୍କ ୩୬ ବର୍ଷ ବୟସ ହୋଇଥିଲା । ରଜନୀ ହେଉଛନ୍ତି ଜମ୍ମୁସ୍ଥିତ ଶାମ୍ବାର ବାସିନ୍ଦା । #KulgamTerrorIncidentUpdate: Injured lady teacher, a #Hindu & resident of Samba […]
କୁଲଗାମ୍: ମେ ୩୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନଙ୍କ ଗୁଳିରେ ଆଜି ଜଣେ ହିନ୍ଦୁ ଶିକ୍ଷୟିତ୍ରୀ ନିହତ ହୋଇଛନ୍ତି । ଶିକ୍ଷୟିତ୍ରୀ ଜଣକ ଶିକ୍ଷକତା କରୁଥିବା ସ୍ଥାନ କୁଲଗାମର ଗୋପାଲପୋରା ଅଞ୍ଚଳରେ ଆତଙ୍କବାଦୀ ତାଙ୍କୁ ଗୁଳି ମାରିଥିଲେ । ଶିକ୍ଷୟିତ୍ରୀ ନାମ ରଜନୀ ବାଲା ଓ ମୃତ୍ୟୁ ବେଳକୁ ତାଙ୍କ ୩୬ ବର୍ଷ ବୟସ ହୋଇଥିଲା । ରଜନୀ ହେଉଛନ୍ତି ଜମ୍ମୁସ୍ଥିତ ଶାମ୍ବାର ବାସିନ୍ଦା ।
#KulgamTerrorIncidentUpdate: Injured lady teacher, a #Hindu & resident of Samba (Jammu division) #succumbed to her injuries. #Terrorists involved in this #gruesome #terror crime will be soon identified & neutralised.@JmuKmrPolice https://t.co/8rZR3dMmLY
— Kashmir Zone Police (@KashmirPolice) May 31, 2022
କାଶ୍ମୀର ପୋଲିସଙ୍କ ସୂଚନା ଅନୁସାରେ, ଗୋପାଲପୋରା ଅଞ୍ଚଳରେ ଥିବା ଏକ ହାଇସ୍କୁଲ୍ରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି । ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣା ଘଟିବା ପରେ ଗୋପାଲପୋରା ଅଞ୍ଚଳକୁ ସମୂର୍ଣ୍ଣ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀମାନେ ସକ୍ରିୟ ରହିଥିବା କାରଣରୁ ପୋଲିସ ଓ ସୁରକ୍ଷା ବଳ ଏବେ ହାଇ ଆର୍ଲଟରେ ଅଛନ୍ତି ।

ସୂଚନା ଥାଉଯେ, ଗୋପାଲପୋରା ଅଞ୍ଚଳରେ ଆତଙ୍କବାଦୀ ଘଟାଇଥିବା ଏହି ଘଟଣାଟି ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀମାନେ ସେହି ଅଞ୍ଚଳରେ ରାହୁଲ ଭଟ୍ଟ ନାମକ ଜଣେ ହିନ୍ଦୁ ସରକାରୀ ଚାକିରିଆଙ୍କୁ ଗୁଳିକରି ହତ୍ୟା କରିଥିଲେ ।




