ଦୁଇଦିନ ଭିତରେ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ିବାକୁ ଇମ୍ରାନଙ୍କୁ ଚେତବନୀ

ସମୟ ଲାଇଭ,୩/୧୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁଈ ଦିନ ଭିତରେ ନିଜ ପଦରୁ ଇସ୍ତଫା ଦେଵା ପାଇଁ ସମୟ ଦିଅାଯାଇଛି । ପାକିସ୍ତାନର ମୌଲବୀ ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ବରେ ହୋଇଥିବା ଶୋଭାଯାତ୍ରା ‘ଆଜାଦି ମାର୍ଚ୍ଚ’ରେ ଉଦ୍‌ବୋଧନ ଦେଇ ଏହି ଦୁଇଦିନିଆ ମହଲତ ଦେଇଛନ୍ତି। ରେହମାନ କହିଛନ୍ତି ଯେ ଇମ୍ରାନ ବିକ୍ଷୋଭକାରୀଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ଅପେକ୍ଷା ନ କରି ତୁରନ୍ତ ଇସ୍ତଫା ଦେବା ଦରକାର। ପାକିସ୍ତାନବାସୀ ହିଁ ପାକିସ୍ତାନର ଶାସକ। ଦେଶର ଅନୁଷ୍ଠାନଗୁଡିକ ମଧ୍ୟରେ […]

Samaya Live Picture
Published On

ସମୟ ଲାଇଭ,୩/୧୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁଈ ଦିନ ଭିତରେ ନିଜ ପଦରୁ ଇସ୍ତଫା ଦେଵା ପାଇଁ ସମୟ ଦିଅାଯାଇଛି । ପାକିସ୍ତାନର ମୌଲବୀ ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ବରେ ହୋଇଥିବା ଶୋଭାଯାତ୍ରା ‘ଆଜାଦି ମାର୍ଚ୍ଚ’ରେ ଉଦ୍‌ବୋଧନ ଦେଇ ଏହି ଦୁଇଦିନିଆ ମହଲତ ଦେଇଛନ୍ତି। ରେହମାନ କହିଛନ୍ତି ଯେ ଇମ୍ରାନ ବିକ୍ଷୋଭକାରୀଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ଅପେକ୍ଷା ନ କରି ତୁରନ୍ତ ଇସ୍ତଫା ଦେବା ଦରକାର। ପାକିସ୍ତାନବାସୀ ହିଁ ପାକିସ୍ତାନର ଶାସକ। ଦେଶର ଅନୁଷ୍ଠାନଗୁଡିକ ମଧ୍ୟରେ ଆମେ ବିବାଦ ସୃଷ୍ଟି କରିବାକୁ ଚାହୁଁ ନାହୁଁ । ତେବେ ପ୍ରତ୍ୟେକ ଅନୁଷ୍ଠାନ ନିରପେକ୍ଷତା ଅବଲମ୍ବନ କରିବା ଦରକାର। ରେହମାନଙ୍କ ଏପରି ବାର୍ତ୍ତା ପରେ ସେନା ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେନା ମୁଖପାତ୍ର ମେଜର ଜେନେରାଲ ଅସିଫ ଘଫୁର କହିଛନ୍ତି ଯେ ଦେଶରେ ଅସ୍ଥିରତା ସୃଷ୍ଟି ଲାଗି କାହାକୁ ସୁଯୋଗ ଦିଆଯିବ ନାହିଁ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରର ନିର୍ଦେଶରେ କାର୍ଯ୍ୟ କରିବା ସେନାର କର୍ତ୍ତବ୍ୟ। ଏଥିପାଇଁ କୌଣସି ପ୍ରକାର ବିକ୍ଷୋଭ, ଆନ୍ଦୋଳନକୁ ଅନୁମତି ଦିଆଯିବ ନାହିଁ। ସେନା ମୁଖପାତ୍ରଙ୍କ ଏପରି ମନ୍ତବ୍ୟ ଉପରେ ରେହମାନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଏକଜୁଟ ହୋଇ ପରବର୍ତ୍ତୀ ପଦକ୍ଷେପ ନେବେ। ଅନ୍ୟପଟେ ଏହି ଆନ୍ଦୋଳନ ଉପରେ ଟିପ୍ପଣୀ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଦେଶରେ କୌଣସି ଅଶାନ୍ତିକୁ ବରଦାସ୍ତ କରାଯିବ ନାହିଁ ଏବଂ ଦେଶର ଶତ୍ରୁ ମାନଙ୍କୁ ଖୁସି କରିବା ଲାଗି ଏଭଳି ଆନ୍ଦୋଳନ ହେଉଛି ୲ ତେବେ ବିକ୍ଷୋଭକାରୀ ମାନଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ଇମ୍ରାନ ଧମକ ମଧ୍ୟ ଦେଇଛନ୍ତି ୲

Tags: