ଆଜି ଠାରୁ ସଂସଦରେ ଶୀତ କାଳୀନ ଅଧିବେଶନ
ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ଆରମ୍ଭ ହେଲା ଶୀତ କାଳୀନ ଅଧିବେଶନ I ଏହା ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ୨୩ଟି କର୍ଯ୍ୟଦିବସ ରହିଛି I କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ । ସେହିପରି ଚଳିତ ଶୀତ ଅଧିବେଶନରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିବାକୁ ସ୍ଥିରୀକୃତ ହୋଇଛି I ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ କାର୍ଯ୍ୟକୁ କିପରି ଭଲରେ କରାଯିବ […]
ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ଆରମ୍ଭ ହେଲା ଶୀତ କାଳୀନ ଅଧିବେଶନ I ଏହା ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ୨୩ଟି କର୍ଯ୍ୟଦିବସ ରହିଛି I କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ । ସେହିପରି ଚଳିତ ଶୀତ ଅଧିବେଶନରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିବାକୁ ସ୍ଥିରୀକୃତ ହୋଇଛି I
ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ କାର୍ଯ୍ୟକୁ କିପରି ଭଲରେ କରାଯିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜନୈତିକ ଦଳକୁ ସହଯୋଗର ହାତ ବଢାଇଥିଲେ । ଏହାଛଡା ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।
ସେପଟେ ଗୃହ ଆରମ୍ଭରୁ ଉଷ୍ଣ ହେବ ଶୀତ ଅଧିବେଶନ । ଦରଦାମ୍ ବୃଦ୍ଧି, ବେରୋଜଗାର, ଚାଷୀ ସମସ୍ୟା, ଚୀନ ସୀମାରେ ଲାଗି କରିଥିବା ସ୍ଥିତି ଉପରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ସେହିପରି ବିଡିଏସ ଚିକିତ୍ସା ଆଇନକୁ ନେଇ ମଧ୍ୟ ଆଲୋଚନା ହେବ । ରାଷ୍ଟ୍ରୀୟ ନର୍ସିଂ ଆୟୋଗ ସ୍ଥାପନା କରିବା ବିଲ୍ ଓ ଭାରତୀୟ ରାଷ୍ଟ୍ରୀୟ ନର୍ସିଂ ପରିଷଦ ୧୯୪୭ ଆଇନକୁ ନିଷ୍କ୍ରିୟ କରିବା ଆଦି ପ୍ରସଂଗରେ ଆଲୋଚନା ହେବ I
ତାହା ସହିତ ଭାରତ-ଚୀନ ସୀମା ବିବାଦ ଓ କାଶ୍ମୀରରେ ପଣ୍ଡିତଙ୍କ ହତ୍ୟା ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ ଦରକାର ବୋଲି କହିଥିଲେ ବିରୋଧୀ । ଆପ୍, ଏନସିପି ଓ ଅନ୍ୟ କେତେକ ଦଳ ପୁରୁଣା ପେନସନ ବ୍ୟବସ୍ଥା ଓ କୃଷିଜାତ ସାମଗ୍ରୀର ଏମଏସପି ଧାର୍ଯ୍ୟ ପାଇଁ ଆଇନ ପ୍ରଣୟନ ଲାଗି ଆଲୋଚନା କରିବାକୁ ଦାବି କରିଛନ୍ତି । ବର୍ତ୍ତମାନ ଦେଶରେ କଂଗ୍ରେସ ଭାରତ-ଯୋଡୋ ଯାତ୍ରା କରୁଥିବାରୁ ରାହୁଲ ଗାନ୍ଧିଙ୍କ ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ଅଧିବେଶନରେ ଯୋଗଦେଇ ନପାରନ୍ତି ବୋଲି ଜଣା ପଡିଛି ।




