ତେଲ ଟ୍ୟାଙ୍କର ସଫେଇ ହେଲା କାଳ, ଏକା ବେଳକେ ଗଲା ୭ ଜୀବନ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କାକିନାଡ଼ା ଅଂଚଳରେ ଥିବା ତୈଳ ଫ୍ୟାକ୍ଟ୍ରି ରେ ଘଟି ଯାଇଛି ଏକ ବଡ଼ ଅଘଟଣ I ଗୁରୁବାର ଦିନ କାକିନାଡା ଜିଲ୍ଲାର ପେଡାପୁରାମ ମଣ୍ଡଳର ଜି ରାଗାମପେଟାରେ ଅବସ୍ଥିତ ତୈଳ ଫ୍ୟାକ୍ଟ୍ରି ମଧ୍ୟରେ ଥିବା ଏକ ବଡ଼ ତୈଳ ଟ୍ୟାଙ୍କର ସଫା କରୁଥିବା ସମୟରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି I ଆଜି ସକାଳ ୭ ଟା ସମୟରେ ଟ୍ୟାଙ୍କର ସଫେଇ ବେଳେ ଶ୍ୱାସଋଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କାକିନାଡ଼ା ଅଂଚଳରେ ଥିବା ତୈଳ ଫ୍ୟାକ୍ଟ୍ରି ରେ ଘଟି ଯାଇଛି ଏକ ବଡ଼ ଅଘଟଣ I ଗୁରୁବାର ଦିନ କାକିନାଡା ଜିଲ୍ଲାର ପେଡାପୁରାମ ମଣ୍ଡଳର ଜି ରାଗାମପେଟାରେ ଅବସ୍ଥିତ ତୈଳ ଫ୍ୟାକ୍ଟ୍ରି ମଧ୍ୟରେ ଥିବା ଏକ ବଡ଼ ତୈଳ ଟ୍ୟାଙ୍କର ସଫା କରୁଥିବା ସମୟରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି I ଆଜି ସକାଳ ୭ ଟା ସମୟରେ ଟ୍ୟାଙ୍କର ସଫେଇ ବେଳେ ଶ୍ୱାସଋଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I
ସୂଚନାନୁସାରେ ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲାରେ ଥିବା ଅମ୍ବତି ସୁବନ୍ନା ତୈଳ ଫ୍ୟାକ୍ଟ୍ରୀ ରେ ଏହି ଅଘଟଣ ଘଟିଛି ଆଜି ସକାଳେ ନିୟମିତ ପରି କର୍ମଚାରୀମାନେ ଫ୍ୟାକ୍ଟ୍ରିକୁ କାମ କରିବାକୁ ଆସିଥିଲେ । କାମ କରିବା ସମୟରେ ଏକ ବଡ଼ ତେଲ ଟ୍ୟାଙ୍କର ସଫାକରିବାକୁ ଜଣେ କର୍ମଚାରୀ ଟ୍ୟାଙ୍କର ଭିତରକୁ ପ୍ରବେଶ କରିଥିଲେ । ହେଲେ କର୍ମଚାରୀ ଜଣକ ନଫେରିବାରୁ ଜଣକ ପରେ ଜଣେ ୭ ଜଣ କର୍ମଚାରୀ ତେଲ ଟ୍ୟାଙ୍କର ଭିତରକୁ ଯାଇଥିଲେ । କିନ୍ତୁ ଟ୍ୟାଙ୍କର ଭିତରେ ଶ୍ବାସରୁଦ୍ଧ ହୋଇ ସମସ୍ତ ୭ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତିମାନେ କୃଷ୍ଣ, ନରସିଂହମ, ସାଗର, କୋରଥାଡୁ ବାନଜୀ ବାବୁ, କରୀ ରାମ ରାଓ, କଟାମୁରି ଜଗଦୀଶ ଏବଂ ପ୍ରସାଦ ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରୁ ପାଞ୍ଚ ଜଣ ପେଡେରୁ ଏବଂ ଅନ୍ୟ ଦୁଇଜଣ ପେଡାପୁରାମ ମଣ୍ଡଳର ପୁଲିମେରୁ ଅଂଚଳର ହୋଇଥିବା ଜଣାପଡିଛି । ପ୍ରାୟ ଏକ ବର୍ଷ ପୂର୍ବେ ସମସ୍ତେ ଏକାଠି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି I ଅମ୍ବାତି ସବବାନ୍ନା ର କାରଖାନାରେ ସେମାନେ ରେ ସେମାନେ ତୈଳ ଟ୍ୟାଙ୍କ ସଫା କରୁଥିଲେ।
ଘଟଣା ଜଣାପଡିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ କମ୍ପାନୀ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ଆତ୍ମୀୟ ସ୍ୱଜନ ମାନେ ଫ୍ୟାକ୍ଟ୍ରିରେ ପହଞ୍ଚି ପାଟିତୁଣ୍ଡ କରିଥିଲେ I ଫ୍ୟାକ୍ଟ୍ରିରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ସେମାନେ କର୍ତୃପକ୍ଷଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି I




