ଏୟାର ଷ୍ଟ୍ରାଇକରେ ଆମ ହାତ ନାହିଁ – ୟୁଏସଏ

ଆମେରିକା : ଇରାନ ଉପରେ ଇସ୍ରାଏଲ ଏ ପ୍ରଚଣ୍ଡ ହମଲା । ଏୟାରଷ୍ଟ୍ରାଇକ କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ପ୍ରାୟ ୨୦୦ ଥର ଲଢୁଆ ବିମାନ ଆକ୍ରମଣ ହୋଇଛି । ଏଥିରେ ଇରାନର ୩ ଜଣ ନାଗରିକଙ୍କ ସହ ତେହେରାନ ଚିପ ଅଫ ଷ୍ଟାଫ ମହମ୍ମଦ ବାଘେରୀଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଫଳରେ ଯଦି ଇରାନ ପ୍ରତିଆକ୍ରମଣ କରେ ତେବେ ବିଶ୍ଵ […]

ଏୟାର ଷ୍ଟ୍ରାଇକରେ ଆମ ହାତ ନାହିଁ – ୟୁଏସଏ
Samaya Live Picture
Published On

ଆମେରିକା : ଇରାନ ଉପରେ ଇସ୍ରାଏଲ ଏ ପ୍ରଚଣ୍ଡ ହମଲା । ଏୟାରଷ୍ଟ୍ରାଇକ କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ପ୍ରାୟ ୨୦୦ ଥର ଲଢୁଆ ବିମାନ ଆକ୍ରମଣ ହୋଇଛି । ଏଥିରେ ଇରାନର ୩ ଜଣ ନାଗରିକଙ୍କ ସହ ତେହେରାନ ଚିପ ଅଫ ଷ୍ଟାଫ ମହମ୍ମଦ ବାଘେରୀଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଫଳରେ ଯଦି ଇରାନ ପ୍ରତିଆକ୍ରମଣ କରେ ତେବେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି।

ଅନ୍ୟପଟେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପଛରେ ଆମେରିକାର କୌଣସି ହାତ ନାହିଁ । ଏନେଇ ଏକ ବିବୃତି ଜରିଆରେ ସ୍ପଷ୍ଟ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓ ।

ଆଜି ଭୋର ସମୟରେ ଇରାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନ ରାଜଧାନୀ ତେହେରାନରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ସମଗ୍ର ତେହେରାନ ଥରି ଉଠିଛି। ଏହି ଆକ୍ରମଣ ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ଏକ ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି।

ଏହି ଆକ୍ରମଣରେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଧ୍ୱଂସ କରିଦେଇଛି । ଇରାନର ଆଣବିକ ଏବଂ ସାମରିକ କେନ୍ଦ୍ରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତିରେ କହିଛନ୍ତି। ଇରାନର ଆଣବିକ କାର୍ଯ୍ୟକ୍ରମ ଇସ୍ରାଏଲ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ଏହା ବିରୋଧରେ ଇସ୍ରାଏଲ ‘ଅପରେସନ ରାଇଜିଂ’ ଆରମ୍ଭ କରିଥିବା ନେତାନ୍ୟାହୁ କହିଛନ୍ତି। ମିଶନ ଶେଷ ନ ହେବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ସେ କହିଛନ୍ତି।

Tags: