ରାଜ୍ୟସଭା ସାଂସଦଙ୍କ ସିଟ ତଳୁ ମିଳିଲା ଟଙ୍କା ବିଡ଼ା
ନୂଆଦିଲ୍ଲୀ : ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା । ରାଜ୍ୟସଭା କଂଗ୍ରେସ ସାଂସଦ ଅଭିଷେକ ମନୁ ସାଙ୍ଗଭିଙ୍କ ସିଟ ତଳୁ ମିଳିଛି ନୋଟ ବିଡ଼ା । ଗତକାଲି ଗୃହ ମୁଲତବି ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ରାଜ୍ୟସଭାରେ ଚେକିଂ କରାଯାଇଥିଲା । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଙ୍ଗଭିଙ୍କ ସିଟ୍ ତଳୁ ୨୨୨ଟି ୫ଶହ ଟଙ୍କିଆ ନୋଟ୍ ମିଳିଥିଲା । ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦେଶ […]
ନୂଆଦିଲ୍ଲୀ : ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା । ରାଜ୍ୟସଭା କଂଗ୍ରେସ ସାଂସଦ ଅଭିଷେକ ମନୁ ସାଙ୍ଗଭିଙ୍କ ସିଟ ତଳୁ ମିଳିଛି ନୋଟ ବିଡ଼ା । ଗତକାଲି ଗୃହ ମୁଲତବି ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ରାଜ୍ୟସଭାରେ ଚେକିଂ କରାଯାଇଥିଲା । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଙ୍ଗଭିଙ୍କ ସିଟ୍ ତଳୁ ୨୨୨ଟି ୫ଶହ ଟଙ୍କିଆ ନୋଟ୍ ମିଳିଥିଲା । ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ । ଏନେଇ ରାଜ୍ୟସଭାର ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ଗୃହରେ ସୂଚନା ଦେଇଛନ୍ତି ।
ଏହି ଘଟଣାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିନ୍ଦା କରିଛନ୍ତି । ଏହା ରାଜ୍ୟସଭାର ଗାରିମାକୁ ମଳିନ କରିଛି । ଅନ୍ୟପଟେ ମାମଲାର ତଦନ୍ତ ଚାଲୁଥିବାବେଳେ କଂଗ୍ରେସ ସାଂସଦ ନାଁ ଉଠିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ସୂଚନାନୁସାରେ,ତେଲେଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଅଭିଷେକ ମନୁ ସାଙ୍ଗଭି । ଏହି ଅଭିଯୋଗ ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଗତକାଲି ମାତ୍ର ୫ ଶହ ଟଙ୍କା ନେଇ ରାଜ୍ୟସଭାକୁ ଯାଇଥିଲି ।




