ଆଧାର ସହ ଲିଙ୍କ ହେବ ଭୋଟର ଆଇଡି
ନୂଆଦିଲ୍ଲୀ : ଏଣିକି ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ଏହା ପ୍ରଥମ ଥର ପାଇଁ ର୍ନିବାଚନ କମିଶନ ଡୁପ୍ଲିକେଟ EPIC […]
ନୂଆଦିଲ୍ଲୀ : ଏଣିକି ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ଏହା ପ୍ରଥମ ଥର ପାଇଁ ର୍ନିବାଚନ କମିଶନ ଡୁପ୍ଲିକେଟ EPIC ନମ୍ବର ସମ୍ପର୍କରେ ଏପରି ବୈଠକ କରୁଛନ୍ତି। ଦେଶର ସମସ୍ତ ଜିଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ ୮୦୦ ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ ୫୦୦୦ ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ ୩୧ ସୁଦ୍ଧା ର୍ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ। ଏହା ସହିତ, ଦେଶର ସମସ୍ତ ଜିଲ୍ଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ ୮୦୦ ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ ୫୦୦୦ ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ ୩୧ ସୁଦ୍ଧା ର୍ନିବାଚନ କମିଶନଙ୍କୁ ପ୍ରଦାନ କରାଯିବ। ପୂର୍ବରୁ, ତୃଣମୂଳ କଂଗ୍ରେସ ଡୁପ୍ଲିକେଟ EPIC ନମ୍ବର ପ୍ରସଙ୍ଗ ଉଠାଇଥିଲା, ଯାହାକୁ ଅନ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଉଠାଇଛନ୍ତି। ଏହା ପରେ, ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ କମିଶନଙ୍କୁ ଭେଟିଥିଲେ। ଭାଜପା, କଂଗ୍ରେସ ଏବଂ ଆପ ସମେତ ଅନେକ ଦଳ ଭୋଟର ତାଲିକାରେ ଜାଲିଆତି ଏବଂ ନକଲି ଭୋଟର ପ୍ରସଙ୍ଗ ଉଠାଇଛନ୍ତି।




