ବିଶାଖାପାଟନମ୍ ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ
ଆନ୍ଧ୍ରପ୍ରଦେଶ : ବଦଳିବ ଆନ୍ଧ୍ରପ୍ରଦେଶ ରାଜଧାନୀ I ରାଜ୍ୟର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ I ଆସନ୍ତା ମାସରେ ରାଜଧାନୀ ସ୍ଥାନାନ୍ତର କରିବେ ବୋଲି ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ୨୦୧୪ରେ ତେଲେଙ୍ଗାନାକୁ ଆନ୍ଧ୍ରପ୍ରଦେଶରୁ ଅଲଗା କରାଯିବା ସମୟରେ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ୨ଟି ରାଜ୍ୟ ପାଇଁ ଅଂଶୀଦାର ରାଜଧାନୀ ଭାବେ ଘୋଷିତ ହୋଇଥିଲା। ସମୟ ଅବଧି ପୂରଣ ହେବା ପରେ ହାଇଦ୍ରାବାଦକୁ ତେଲେଙ୍ଗାନାକୁ ପ୍ରଦାନ କରାଯିବା ନେଇ ନିର୍ଣ୍ଣୟ ହୋଇଥିଲା। […]
ଆନ୍ଧ୍ରପ୍ରଦେଶ : ବଦଳିବ ଆନ୍ଧ୍ରପ୍ରଦେଶ ରାଜଧାନୀ I ରାଜ୍ୟର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ I ଆସନ୍ତା ମାସରେ ରାଜଧାନୀ ସ୍ଥାନାନ୍ତର କରିବେ ବୋଲି ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ୨୦୧୪ରେ ତେଲେଙ୍ଗାନାକୁ ଆନ୍ଧ୍ରପ୍ରଦେଶରୁ ଅଲଗା କରାଯିବା ସମୟରେ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ୨ଟି ରାଜ୍ୟ ପାଇଁ ଅଂଶୀଦାର ରାଜଧାନୀ ଭାବେ ଘୋଷିତ ହୋଇଥିଲା। ସମୟ ଅବଧି ପୂରଣ ହେବା ପରେ ହାଇଦ୍ରାବାଦକୁ ତେଲେଙ୍ଗାନାକୁ ପ୍ରଦାନ କରାଯିବା ନେଇ ନିର୍ଣ୍ଣୟ ହୋଇଥିଲା। ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ୨୦୨୪ ପୂର୍ବରୁ ହିଁ ରାଜଧାନୀର ଘୋଷଣା କରିବାର ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀକୁ ନୂଆ ରାଜଧାନୀ ବାଛିଥିଲେ। ପରେ ସେହି ଯୋଜନା ସରକାର ପ୍ରତ୍ୟାହାର କରିନେବା ସହ ଅମରାବତୀ ଆନ୍ଧ୍ରର ରାଜଧାନୀ ହୋଇ ରହିଥିଲା। ହେଲେ ଆଜି ଆନ୍ଧ୍ର ସରକାର ବିଶାଖାପାଟଣାକୁ ରାଜଧାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଗନ ମୋହନ ରେଡ୍ଡୀ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ଏହାର ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି, ୩ କିମ୍ବା ୪ ମାର୍ଚ୍ଚରେ ବିଶାଖାପାଟଣାରେ ଗ୍ଲୋବାଲ ଇନ୍ଭେଷ୍ଟର ସମିଟ୍ର ଆୟୋଜନ କରାଯିବ। ଆପଣ ସମସ୍ତଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଏଥିପାଇଁ ଆମନ୍ତ୍ରଣ ଦେବାକୁ ଚାହୁଁଛି। “ମୁଁ ବିଶାଖାପାଟନମ୍ କୁ ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଛି। ମୁଁ ନିଜେ ଆଗାମୀ ମାସରେ ବିଶାଖାପାଟନମକୁ ଯିବି।”
Andhra Pradesh Chief Minister Jagan Mohan Reddy makes a big announcement at the International Diplomatic Alliance Meet in New Delhi.
I am here to invite you to Visakhapatnam which will be our capital. I will also be shifting to Vizag. pic.twitter.com/IOnfBrHuqo
— Y Vasu Naidu YSRCP (@yvnaidu_ysrcp) January 31, 2023
୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଅମରାବତୀରେ ନୂଆ ରାଜଧାନୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଏହାପରେ ଦ୍ରୁତ ଗତିରେ ସେଠାକାର ବିକାଶ କାମ ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୯ରେ ରାଜ୍ୟରେ ଶାସନ ବଦଳିଥିଲା। ଜଗନ ମୋହନ ରେଡ୍ଡୀ ସରକାର ଆସିବା ପରେ ଅମରାବତୀରେ ବିକାଶ କାର୍ଯ୍ୟକୁ ରୋକି ଦିଆଯାଇଥିଲା। ରେଡ୍ଡୀ ସରକାର ନୂଆ କମିଟି ଗଠନ କରିଥିଲା। ଏହାପରେ ସେ ସଙ୍କେତ ଦେଇଥିଲେ କି, ତାଙ୍କ ସରକାର ୩ ରାଜଧାନୀର ମଡେଲ ଉପରେ ବିଚାର କରୁଛି। ଏଥିମଧ୍ୟରୁ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲଙ୍କ ନାମ ସାମ୍ନାକୁ ଆସିଥିଲା। ତେବେ ପରେ ପରେ ୱାଇଏସଆର କଂଗ୍ରେସ ସରକାର ଏହି ନିଷ୍ପତ୍ତି ନେଇ ଅମରାବତୀଙ୍କୁ ରାଜଧାନୀ କରିବା ବିଷୟରେ ଆଲୋଚନା କରିଥିଲେ।




