‘କାଜିରଙ୍ଗା’ ନିୟମ ଉଲ୍ଲଙ୍ଘନ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ଏବଂ ସଦଗୁରୁଙ୍କ ବିରୋଧରେ ଅଭିଯୋଗ

ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ସଦ୍‌ଗୁରୁ ଜଗ୍ଗି ବାସୁଦେବ ଙ୍କ ବିରୋଧରେ ଆଭିଯୋଗ I ଜାତୀୟ ବନ୍ୟପ୍ରାଣୀ ଉଦ୍ୟାନ ‘କାଜିରଙ୍ଗା’ ରେ ନାଇଟ ଟ୍ରାଭେଲ କରି ବନ୍ୟପ୍ରାଣୀ ସଂରକ୍ଷଣ ନିୟମ କୁ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ I ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ମଧ୍ୟ ରହିଥିଲେ Iଇ ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶର୍ମା ଅସ୍ବୀକାର କରି କହିଛନ୍ତି […]

Samaya Live Picture
Published On

ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ସଦ୍‌ଗୁରୁ ଜଗ୍ଗି ବାସୁଦେବ ଙ୍କ ବିରୋଧରେ ଆଭିଯୋଗ I ଜାତୀୟ ବନ୍ୟପ୍ରାଣୀ ଉଦ୍ୟାନ ‘କାଜିରଙ୍ଗା’ ରେ ନାଇଟ ଟ୍ରାଭେଲ କରି ବନ୍ୟପ୍ରାଣୀ ସଂରକ୍ଷଣ ନିୟମ କୁ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ I ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ମଧ୍ୟ ରହିଥିଲେ Iଇ ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶର୍ମା ଅସ୍ବୀକାର କରି କହିଛନ୍ତି ଯେ ଏମିତି କୌଣସି ଆଇନ ନାହିଁ ଯେ ଲୋକମାନେ ରାତିରେ ସେହି ପାର୍କକୁ ଯାଇପାରିବେ ନାହିଁ।

ସୂଚନାନୁସାରେ ଶନିବାର ଦିନ, ଶନିବାର ଦିନ ସୋସିଆଲ ମିଡ଼ିଆ ଓ ସ୍ଥାନୀୟ କିଛି ଚାନେଲ ରେ ପ୍ରସାରିତ ଭିଡିଓ ରେ ଦେଖାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ସଦ୍‌ଗୁରୁ ଜଗ୍ଗି ବାସୁଦେବ ଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ଏକ ଖୋଲା ଏସୟୁଭି ଜିପ ରେ ବସି ରାତ୍ରି ସମୟରେ କାଜିରଙ୍ଗା ପ୍ରାଣୀ ଉଦ୍ୟାନ ରେ ଭ୍ରମଣ କରୁଛନ୍ତି I ନିର୍ଦ୍ଧାରିତ ପରିଦର୍ଶନ ସମୟଠାରୁ ଢେର୍‌ ବିଳମ୍ବରେ ଏକଶିଙ୍ଗିଆ ଭାରତୀୟ ଗଣ୍ଡାର ପାଇଁ ବିଖ୍ୟାତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରବେଶ କରିଥିବା ଦର୍ଶାଇ ସଦ୍‌ଗୁରୁ, ଶର୍ମା ଏବଂ ବରୁଆଙ୍କ ନାଁରେ ଆସାମର ଦୁଇଜଣ ସାମାଜିକକର୍ମୀ ଥାନାରେ ଅଭିଯୋଗ କରିଛନ୍ତି।

ସାମାଜିକକର୍ମୀମାନେ ଅଭିଯୋଗ କରିଥିଲେ କି, ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା ଏବଂ ତାଙ୍କର ବାସଭୂଇଁକୁ ଆପାତତଃ ଅକ୍ଷୁଣ୍ଣ ରିଖିବା ପାଇଁ ନିର୍ଦ୍ଧାରିତ ସମୟ ପରେ ଜାତୀୟ ଉଦ୍ୟାନ ମଧ୍ୟକୁ ‘ସଫାରି ଟୁର୍‌’ ମନା ବୋଲି ‘ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨’ରେ ଉଲ୍ଲେଖ ଅଛି।

ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, କିଛି ଉଲ୍ଲଂଘନ କରାଯାଇନି। ବନ୍ୟପ୍ରାଣୀ ଆଇନ ଅନୁସାରେ, ରାତିରେ ମଧ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟକୁ ଯିବା ପାଇଁ ୱାର୍ଡେନ୍‌ ଅନୁମତି ଦେଇ ପାରିବେ। ‌ରାତିରେ ଲୋକଙ୍କୁ ସେଠାକୁ ଯିବା ପାଇଁ କୌଣସି ଆଇନ ବାଧା ଦିଏ ନାହିଁ। ଗତକାଲି, ଚଳିତ ଋତୁ ପାଇଁ ଔପଚାରିକ ଭାବେ ଆମର ଉଦ୍ୟାନ ଖୋଲିବାର କାର୍ଯ୍ୟକ୍ରମ ଥିଲା। ସେତେବେଳେ, ସଦ୍‌ଗୁରୁ ଓ ଶ୍ରୀ ଶ୍ରୀ ରବିଶଙ୍କର ପହଞ୍ଚିଥିଲେ। ସେମାନଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଥିବାରୁ ଆମର ‌ମନେହେଲା କାଜିରଙ୍ଗା ପାଇଁ ଏଥରର ପର୍ଯ୍ୟଟନ ସମୟ ଖୁବ୍‌ ଭଲ ହେବ।

ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଏହି ମାମଲା କେଏନପି ଜଙ୍ଗଲ ବିଭାଗର ଅଧୀନରେ ଆସିଛି, ତେଣୁ ଆମେ ଅଭିଯୋଗର ସ୍ଥିତି ସମ୍ପର୍କରେ ପାର୍କର ଡିଭିଜନାଲ ଜଙ୍ଗଲ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛୁ। ସନ୍ଧ୍ୟା ପରେ ଜିପ୍ ସଫାରିସ୍ ଅଭିଯୋଗ ସମ୍ପର୍କରେ ଅଧିକାରୀ କହିଛନ୍ତି ଯେ ଏହା ଏକ ସରକାରୀ ଘଟଣା ଏବଂ ବେଳେବେଳେ ଏଭଳି ଘଟଣା କିଛି ସମୟ ପାଇଁ ଚାଲିଥାଏ। ଏଭଳି ପରିସ୍ଥିତିରେ, ମୁଁ ଭାବୁନାହିଁ ଯେ ଆମେ ଏହାକୁ ଆଇନର ଉଲ୍ଲଂଘନ ବୋଲି କହିପାରିବା I

ତେବେ ଏହି ଘଟଣା ସମ୍ପର୍କରେ ପାର୍କ ନିକଟରେ ଥିବା ସାମାଜିକକର୍ମୀ ମୋର୍ଙ୍ଗିଆଲ ଏବଂ ବାଲିଜାନ ଗାଁର ବାସିନ୍ଦା ସୋନେଶ୍ୱର ନାରା ଏବଂ ପ୍ରବୀଣ ପେଗୁ ଙ୍କ ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ, ସଦଗୁରୁ ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।