ଭିଡିଓକନ୍ ଚେୟାରମ୍ୟାନ୍ ଭେନୁଗୋପାଲ୍ ଧୁତ ଗିରଫ
ନୂଆଦିଲ୍ଲୀ : ଆଇସିଆଇସିଆଇ ଋଣ ଅନିୟମିତତା ମାମଲାରେ ଭିଡିଓକୋନ ଗ୍ରୁପ ର ଚେୟାରମ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଛି ସିବିଆଇ । ‘ଆଇସିଆଇସିଆଇ ବ୍ୟାଙ୍କ୍’ ଋଣ ଠକେଇ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରାଯାଇଥିଲା I ଦୀପକ କୋଚରଙ୍କ ଘନିଷ୍ଠ ସହଯୋଗୀ ଥିଲେ ଭେନୁଗୋପାଳ Iବ୍ୟାଙ୍କର ପୂର୍ବତନ ସିଇଓ ଥିବା ଚନ୍ଦା କୋଚର ବ୍ୟାଙ୍କର ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତି ଉଲ୍ଲଂଘନ କରି ୨୦୧୨ […]
ନୂଆଦିଲ୍ଲୀ : ଆଇସିଆଇସିଆଇ ଋଣ ଅନିୟମିତତା ମାମଲାରେ ଭିଡିଓକୋନ ଗ୍ରୁପ ର ଚେୟାରମ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଛି ସିବିଆଇ । ‘ଆଇସିଆଇସିଆଇ ବ୍ୟାଙ୍କ୍’ ଋଣ ଠକେଇ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରାଯାଇଥିଲା I ଦୀପକ କୋଚରଙ୍କ ଘନିଷ୍ଠ ସହଯୋଗୀ ଥିଲେ ଭେନୁଗୋପାଳ Iବ୍ୟାଙ୍କର ପୂର୍ବତନ ସିଇଓ ଥିବା ଚନ୍ଦା କୋଚର ବ୍ୟାଙ୍କର ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତି ଉଲ୍ଲଂଘନ କରି ୨୦୧୨ ରେ ‘ଭିଡିଓ କୋନ’ ଗ୍ରୁପ୍ କୁ ଅନୁଗ୍ରହ ପ୍ରଦାନ ସ୍ୱରୂପ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର କରିଥିଲେ I କାରଣ ଦୀପକ କୋଚର ମଧ୍ୟ ‘ଭିଡିଓ କୋନ’ ଗ୍ରୁପ ରେ ସାମିଲ ଥିଲେ I ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି ।
ଏହି ଋଣ ଠକେଇ ମାମଲାର ଅଭିଯୋଗ ହେବାପରେ ଚନ୍ଦାଙ୍କୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ୨୦୧୯ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିଲା । କାରଣ ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା I
ଏହି ଘଟଣାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୋମବାର ଭିଡିଓକନ୍ ଗ୍ରୁପ୍ ର ଚେୟାରମ୍ୟାନ୍ ଭେନୁଗୋପାଲ୍ ଧୁତ ଗିରଫ କରିଛି। ଦୀପକ କୋଚରଙ୍କୁ ଜେରା କରିବା ସମୟରେ ଭେନୁଗୋପାଳ ମୁମ୍ବାଇ ରେ ଥିବା ଜଣା ପଡିଥିଲା I ସିବିଆଇ ତାଙ୍କୁ ମୁମ୍ବାଇରୁ ଗିରଫ କରିଛି ।
ସୂଚନାନୁସାରେ,ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍, ଟ୍ରେଣ୍ଡ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଶତାବ୍ଦୀ ଆପ୍ଲାଏନ୍ସ ଲିମିଟେଡ୍, କେଲ୍ ଲିମିଟେଡ୍, ଭାଲ୍ୟୁ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଇଭାନ୍ ଫ୍ରେଜର ଆଣ୍ଡ କମ୍ପାନୀ ଇଣ୍ଡିଆ ଲିମିଟେଡ୍ କୁ ପ୍ରାୟ ୩ ,୨୫୦ କୋଟି ଟଙ୍କାର ଋଣ ସୁବିଧା ମଞ୍ଜୁର କରିଥିଲେ । ଏହି ସମସ୍ତ କମ୍ପାନୀ ଗୁଡିକ ଭେନୁଗୋପାଲ୍ ଧୁତ ଙ୍କ ଭିଡିଓକନ୍ ଗ୍ରୁପ୍ ସହିତ ଜଡିତ ଥିଲେ I




