ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଟିଜେଏସ୍‌ ଜର୍ଜଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ସାମ୍ବାଦିକ ତଥା ଲେଖକ ଟି ଥାୟିଲ ଜାକବ୍‌ ସୋନି ଜର୍ଜଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି। ୨୦୧୧ରେ ପଦ୍ମଭୂଷଣରେ ସମ୍ମାନିତ ଏହି ବରିଷ୍ଠ ସାମ୍ବାଦିକ ଲୋକପ୍ରିୟ ଭାବେ ଟିଜେଏସ୍‌ ନାଁରେ ଜଣାଶୁଣା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ଜଟିଳତା ପାଇଁ ସେ ବେଙ୍ଗାଲୁରୁର ଏକ ଘ‌ରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି। ସେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ଉପଦେଷ୍ଟା ହେବା ସହ ତାଙ୍କର ସାପ୍ତାହିକ ସ୍ତମ୍ଭ […]

ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଟିଜେଏସ୍‌ ଜର୍ଜଙ୍କ ପରଲୋକ
Samaya Live Picture
Published On

ନୂଆଦିଲ୍ଲୀ: ପ୍ରଖ୍ୟାତ ସାମ୍ବାଦିକ ତଥା ଲେଖକ ଟି ଥାୟିଲ ଜାକବ୍‌ ସୋନି ଜର୍ଜଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି। ୨୦୧୧ରେ ପଦ୍ମଭୂଷଣରେ ସମ୍ମାନିତ ଏହି ବରିଷ୍ଠ ସାମ୍ବାଦିକ ଲୋକପ୍ରିୟ ଭାବେ ଟିଜେଏସ୍‌ ନାଁରେ ଜଣାଶୁଣା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ଜଟିଳତା ପାଇଁ ସେ ବେଙ୍ଗାଲୁରୁର ଏକ ଘ‌ରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି। ସେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ଉପଦେଷ୍ଟା ହେବା ସହ ତାଙ୍କର ସାପ୍ତାହିକ ସ୍ତମ୍ଭ ‘ପଏଣ୍ଟ ଅଫ୍‌ ଭ୍ୟୁ’ ପାଇଁ ବିପୁଳ ଲୋକପ୍ରିୟତା ହାସଲ କରିଥିଲେ। ୨୦୨୨ ମସିହାରେ ତାଙ୍କୁ ୯୪ ବର୍ଷ ହେବା ପର୍ଯ୍ୟନ୍ତ ସେ ଦୀର୍ଘ ୨୫ ବର୍ଷ ଧରି ଏହି ସ୍ତମ୍ଭ ଲେଖୁଥିଲେ। କେରଳ ବାସିନ୍ଦା ଟିଜେଏସ୍‌ ତାଙ୍କ ଜୀବନର ଅର୍ଦ୍ଧାଧିକ ସମୟ ବେଙ୍ଗାଲୁରୁ ଏବଂ କୋଏମ୍ବାଟୁରରେ କଟାଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଟିଜେଏସ୍‌ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ସିଦ୍ଦରମୈୟ‌ା କହିଛନ୍ତି, ‘ବରିଷ୍ଠ ସାମ୍ବାଦିକ, ସମ୍ପାଦକ ଏବଂ ଲେଖକ ଟିଜେଏସ୍‌ ଜର୍ଜଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ତାଙ୍କର ଶାଣିତ କଲମ ଏବଂ ସାଲିସବିହୀନ ସ୍ବର ସହ ସେ ଭାରତୀୟ ସାମ୍ବାଦିକତାକୁ ଦୀର୍ଘ ୬ ଦଶନ୍ଧି ଧରି ସମୃଦ୍ଧ କରିଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ମୋର ସମବେଦନା।

Tags: