ଉତ୍ତରପ୍ରଦେଶ : ‘ଶ୍ରୀ ଯୋଗୀ’ ମନ୍ଦିରରୁ ମୂର୍ତି ଗାୟବ,ନିର୍ମାତା ନିଖୋଜ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମିତ ‘ଶ୍ରୀ ଯୋଗୀ’ ମନ୍ଦିରରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପ୍ରତିମା ଗାୟବ I ଏହା ସହିତ ମନ୍ଦିର ଭିତରୁ ରୂପାର ଛତ୍ର ଏବଂ ଅନେକ ଉପହାର ମଧ୍ୟ ଗାୟବ ହୋଇଯାଇଛି I ଏପରିକି ମନ୍ଦିର ନିର୍ମାଣ କରିଥିବା ୩୨ ବର୍ଷୀୟ ପ୍ରଭାକର ମୌର୍ଯ୍ୟ ମଧ୍ୟ ନିଖୋଜ ଅଛନ୍ତି । ତାଙ୍କ ଫୋନ ମଧ୍ୟ ସୁଇଚ ଅଫ ରହିଛି I ଅଯୋଧ୍ୟା ସୋହାୱାଲ ତହସିଲର ଅନ୍ତର୍ଗତ କଲ୍ୟାଣ ଭଦର୍ସା ଗାଁର ୨୭୦୦ ବର୍ଗ ଫୁଟ ଅଞ୍ଚଳରେ […]

Samaya Live Picture
Published On

ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମିତ ‘ଶ୍ରୀ ଯୋଗୀ’ ମନ୍ଦିରରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପ୍ରତିମା ଗାୟବ I ଏହା ସହିତ ମନ୍ଦିର ଭିତରୁ ରୂପାର ଛତ୍ର ଏବଂ ଅନେକ ଉପହାର ମଧ୍ୟ ଗାୟବ ହୋଇଯାଇଛି I ଏପରିକି ମନ୍ଦିର ନିର୍ମାଣ କରିଥିବା ୩୨ ବର୍ଷୀୟ ପ୍ରଭାକର ମୌର୍ଯ୍ୟ ମଧ୍ୟ ନିଖୋଜ ଅଛନ୍ତି । ତାଙ୍କ ଫୋନ ମଧ୍ୟ ସୁଇଚ ଅଫ ରହିଛି I

ଅଯୋଧ୍ୟା ସୋହାୱାଲ ତହସିଲର ଅନ୍ତର୍ଗତ କଲ୍ୟାଣ ଭଦର୍ସା ଗାଁର ୨୭୦୦ ବର୍ଗ ଫୁଟ ଅଞ୍ଚଳରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣକୁ ନିର୍ମାଣ କରିଥିଲେ ପ୍ରଭାକର ମୌର୍ଯ୍ୟ । ଏପରି କି ମୂର୍ତ୍ତି ସାମନାରେ ପ୍ରଭାକରଙ୍କ ଦ୍ୱାରା ଆଳତୀ କରାଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ତେବେ ମନ୍ଦିର ନିର୍ମାଣ ହେବାର ଏକ ସପ୍ତାହ ପରେ ଅର୍ଥାତ ରବିବାର ଦିନ ରହସ୍ୟମୟ ଢଙ୍ଗରେ ମନ୍ଦିରରୁ ମୂର୍ତ୍ତୀଗାୟବ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିରର ମୂର୍ତ୍ତିକୁ ସ୍ଥାନୀୟ ପୋଲିସ ନେଇ ଯାଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ଦାବିକୁ ପୋଲିସ ଏହାକୁ ଖଣ୍ଡନ କରିଛି । ପୋଲିସ ର କହିବା ଅନୁସାରେ ମୂର୍ତ୍ତିକୁ ମନ୍ଦିର ନିର୍ମାଣ କରିଥିବା ପ୍ରଭାକର ମୌର୍ଯ୍ୟ ନିଜେ ହିଁ ଗାୟବ କରିଛନ୍ତି I

ଅନ୍ୟପକ୍ଷରେ ମନ୍ଦିର ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ତିଆରି ହୋଇଥିବା କଥା ପ୍ରଭାକର ମୌର୍ଯ୍ୟ ଙ୍କର କକା ରାମନାଥ ମୌର୍ଯ୍ୟ ଅଭିଯୋଗ କରିଥିଲେ I ବହୁ ପୂର୍ବରୁ ରାମନାଥ ଏବଂ ପ୍ରଭାକରଙ୍କ ବାପା ଜଗନ୍ନାଥଙ୍କ ମଧ୍ୟରେ ଜମିକୁ ବିବାଦ ରହିଛି । ନିଜ ଘର ନିକଟରେ ଥିବା ଏକ ସରକାରୀ ଜମିକୁ ଉଭୟେ ନିଜ ଅକ୍ତିଆର ରେ ରଖିଥିଲେ I ତେବେ ଏହି ଜମିକୁ ହାତେଇବା ପାଇଁ ପ୍ରଭାକର ମୌର୍ଯ୍ୟ ସେଠାରେ ମନ୍ଦିର ନିର୍ମାଣ କରିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଅଯୋଧ୍ୟା ଜିଲ୍ଲାପାଳଙ୍କୁ ଲେଖିଥିବା ନିଜ ଚିଠିରେ ରାମନାଥ କହିଥିଲେ ଯେ ତାଙ୍କ ପୁତୁରା ସରକାରୀ ଜମି ଅଧିଗ୍ରହଣ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି । ରାମନାଥଙ୍କ ଅଭିଯୋଗ ଅନୁସାରେ, ଯେଉଁ ଜମିରେ ମନ୍ଦିର ନିର୍ମାଣ ହୋଇଛି ତାହା ଗ୍ରାମ ସମାଜର ଏବଂ ଏହା ରାଜ୍ୟ ସରକାରଙ୍କ ଅଧିନରେ ରହିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ରବିବାର ସନ୍ଧ୍ୟା ସମୟରେ ଏକ ନୀଳ ବତୀ ଜଳୁଥିବା ଗାଡି ଆସି ମୂର୍ତ୍ତିକୁ ନେଇଯାଇଛନ୍ତି I କିନ୍ତୁ ଏହି ଘଟଣାକୁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଖଣ୍ଡନ କରିଛି I

ଯାହା ଜଣାପଡିଛି ମନ୍ଦିର ନିର୍ମାଣ ସ୍ଥାନରେ ମନ୍ଦିର ରହିଛି I କିନ୍ତୁ ମନ୍ଦିରରେ ଏକ ବଡ଼ ତାଲା ଝୁଲୁଛି I କବାଟ ଫାଙ୍କରେ ଦେଖିଲେ ଭିତରେ ମୂର୍ତି ନଥିବା ଜଣାପଡିଛି I

 

Tags: