ଆମେରିକା ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ

ୱାସିଂଟନ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ନିମୋନିଆ ଓ ହୃଦ‌ରୋଗ ସମ୍ବନ୍ଧୀୟ ଜଟିଳ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ସମୟରେ ପତ୍ନୀ ଲିନ୍‌ ଚେନି, କନ୍ୟା ଲିଜ୍‌ ଚେନି ଓ ମେରୀ ଚେନି ଉପସ୍ଥିତ ଥିଲେ। ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ସେ ଜର୍ଜ ଡବ୍ଲ୍ୟୁ ବୁସ୍‌ଙ୍କ ରାଷ୍ଟ୍ରପତିତ୍ବ ସମୟରେ ଉପରାଷ୍ଟ୍ରପତି ଥିଲେ। ତାଙ୍କୁ ଆମେରିକା ଇତିହାସରେ ସବୁଠୁ ଶକ୍ତିଶାଳୀ ଉପରାଷ୍ଟ୍ରପତି […]

ଆମେରିକା ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ
Samaya Live Picture
Published On

ୱାସିଂଟନ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ନିମୋନିଆ ଓ ହୃଦ‌ରୋଗ ସମ୍ବନ୍ଧୀୟ ଜଟିଳ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ସମୟରେ ପତ୍ନୀ ଲିନ୍‌ ଚେନି, କନ୍ୟା ଲିଜ୍‌ ଚେନି ଓ ମେରୀ ଚେନି ଉପସ୍ଥିତ ଥିଲେ। ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ସେ ଜର୍ଜ ଡବ୍ଲ୍ୟୁ ବୁସ୍‌ଙ୍କ ରାଷ୍ଟ୍ରପତିତ୍ବ ସମୟରେ ଉପରାଷ୍ଟ୍ରପତି ଥିଲେ। ତାଙ୍କୁ ଆମେରିକା ଇତିହାସରେ ସବୁଠୁ ଶକ୍ତିଶାଳୀ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରାଯାଏ। ନିଜେ ରିପବ୍ଲିକାନ ପାର୍ଟିର ହୋଇଥିଲେ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନବେଳେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେ କଡ଼ା ବିରୋଧ କରିଥିଲେ। ଆମେରିକାର ୨୪୮ ବର୍ଷର ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଟ୍ରମ୍ପଙ୍କୁ ବଡ଼ ଆହ୍ବାନ ବୋଲି କହିଥିଲେ।

Tags: