ସୁଶାନ୍ତ ଙ୍କୁ ଝୁରି ଝୁରି ଚାଲିଗଲା ଫୋଜ
ମୁମ୍ବାଇ : ପାଳକ ଓ ପାଳିତଙ୍କ ମଧ୍ୟରେ ଥାଏ ନିବିଡ଼ ସମ୍ପର୍କ I ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ଆଖି ଆଗରୁ ଉହାଡ଼ ହେଲେ ଅନ୍ୟ ଜଣଙ୍କର ମନ ବ୍ୟଗ୍ର ହୋଇ ଉଠେ I ସେହିପରି ହଠାତ ଦିନେ କି ଦୁଇ ଦିନ ନଦେଖିଲେ ମନ ଉଦାସ ହୋଇ ଯାଏ I ଆମେ ମାନେ ମଧ୍ୟ ଘରେ ପଶୁ ପକ୍ଷୀ ପାଳିଥିଲେ ଚଢେଇଟି ଉଡିଗଲେ ବା ମରିଗଲେ ମନ ଉଦାସ ହୋଇଥାଏ I ଆଉ […]
ମୁମ୍ବାଇ : ପାଳକ ଓ ପାଳିତଙ୍କ ମଧ୍ୟରେ ଥାଏ ନିବିଡ଼ ସମ୍ପର୍କ I ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ଆଖି ଆଗରୁ ଉହାଡ଼ ହେଲେ ଅନ୍ୟ ଜଣଙ୍କର ମନ ବ୍ୟଗ୍ର ହୋଇ ଉଠେ I ସେହିପରି ହଠାତ ଦିନେ କି ଦୁଇ ଦିନ ନଦେଖିଲେ ମନ ଉଦାସ ହୋଇ ଯାଏ I ଆମେ ମାନେ ମଧ୍ୟ ଘରେ ପଶୁ ପକ୍ଷୀ ପାଳିଥିଲେ ଚଢେଇଟି ଉଡିଗଲେ ବା ମରିଗଲେ ମନ ଉଦାସ ହୋଇଥାଏ I ଆଉ ଯଦି ପାଳିତ କୁକୁର ହୋଇଥାଏ ,ସେ କଥା ନକହିବା ଭଲ I ମାଲିକ ନ ଥିଲେ ସେ ସବୁବେଳେ ମାଲିକ ର ଫେରିବା ବାଟକୁ ଚାହିଁ ରହିଥାଏ I ଆଉ ଯଦି ମାଲିକ କେବେ ବି ନଫେରେ,ତେବେ ବେଜୁବାନ ପ୍ରାଣୀଟି ଘରେ ରହି ରହି ଖାଲି ଆଖିରୁ ପାଣି ଗଡାଇଥାଏ I ଏଇଠି ଆମେ ସ୍ବର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କଥା କହୁଛୁ I ତାଙ୍କୁ ଝୁରି ଝୁରି ତାଙ୍କ ଅତିପ୍ରିୟ ପୋଷା କୁକୁର ଫୋଜ ର ମୃତ୍ୟୁ ଘଟିଛି I ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସୁଶାନ୍ତଙ୍କ ଫଟୋ ନିକଟରେ ପ୍ରାୟ କୁକୁରଟି ବୁଲୁଥାଏ I ସୁଶାନ୍ତଙ୍କ ମୃତ୍ୟୁ କୁ ପାଖାପାଖି ୩ ବର୍ଷ ହେବାକୁ ଯାଉଥିବା ବେଳେ ଆଜି ତାଙ୍କ କୁକୁରର ମଧ୍ୟ ମୃତ୍ୟୁ ଘଟିଛି I ଫୋଜ ସୁଶାନ୍ତଙ୍କ ପରିବାରର ଜଣେ ସଦସ୍ୟ ଥିଲା I ଯିଏକି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଥିଲେ। ସୁଶାନ୍ତ ଙ୍କ ମୃତ୍ୟୁ ପରେ ସେ ସସବୁବେଳେ ଉଦାସ ରହୁଥିଲା I ଏହାପରେ ଧୀରେ ଧୀରେ ଫୋଜ ର ଦେହ ଖରାପ ହେବାକୁ ଲାଗିଲା Iତେବେ ଏହି ସଦସ୍ୟଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି । ଏହି ସଦସ୍ୟ ଜଣଙ୍କ ସୁଶାନ୍ତଙ୍କ ହୃଦୟର ଅତି ନିକଟତର ଥିଲେ । ଯାହାର ମୃତ୍ୟ ସୁଶାନ୍ତଙ୍କ ପରିବାର ବ୍ୟତୀତ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବ୍ୟଥିତ କରିଛି ।
Fudge? OM SHANTI ? pic.twitter.com/vdMeEtHTH6
— Sandy SR (@SandySR64457040) January 16, 2023
ଫୋଜ ର ମୃତ୍ୟୁ ନେଇ ଟୁଇଟ୍ କରି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ରାଜପୁତ ସୂଚନା ଦେଇଛନ୍ତି । ଏତିସହିତ ପ୍ରିୟଙ୍କା ତାଙ୍କ ଟ୍ୱିଟରେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ଫଟୋରେ ସୁଶାନ୍ତ ତାଙ୍କ କୁକୁର ସହିତ ଥିବା ବେଳେ ଅନ୍ୟ ଅନ୍ୟ ଫଟୋରେ ପ୍ରିୟଙ୍କା ଫେଜ୍ ସହ ନଜର ଆସିଛନ୍ତି। ଏତତ୍ ବ୍ୟତୀତ ପ୍ରିୟଙ୍କା ଟ୍ୱିଟରେ ଏହା ଲେଖିଛନ୍ତି ଯେ- ‘ଶେଷରେ ତୁମେ ବି ତୁମ ବନ୍ଧୁଙ୍କ ନିକଟକୁ ଚାଲିଗଲ ସ୍ୱର୍ଗରେ ତାଙ୍କୁ ଯୋଗ ଦେବାକୁ । ଅମେମାନେ ମଧ୍ୟ ଖୁବ୍ ଶୀଘ୍ର ତୁମମାନଙ୍କୁ ସେଠାରେ ଭେଟିବୁ । କିନ୍ତୁ ସେପର୍ଯ୍ୟନ୍ତ ତୁମ ଯିବାର ଯନ୍ତ୍ରଣା ପ୍ରତ୍ୟେକ ଦିନ ଅନୁଭବ ହେବ ।
R.I.P. FUDGE ???♥️
Nothing to say ..this is very heart breking news to us all…but he is a true friend of Sushant and went to his friend to live happily with him forever and ever…
Sushant Lived InDMoment ♥️? pic.twitter.com/gUb925Zm0r— Madhumita Roy Chowdhury( SSRF) (@MadhumitaroyC) January 17, 2023
ସୂଚନାନୁସାରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ୨୦୨୦ ଜୁନ ୧୪ ତାରିଖରେ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା I ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ତାଙ୍କ ମୃତଦେହ ମିଳିଥିଲା। ସେହି ସମୟରେ ଦେଶର ତିନୋଟି ବଡ ଏଜେନ୍ସି ସିବିଆଇ, ଏନସିବି ଏବଂ ଇଡି ସୁଶାନ୍ତ ମୃତ୍ୟୁ ମାମଲାରେ ତଦନ୍ତ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇପାରି ନାହାନ୍ତି I




