ଆମେରିକା ବିମାନ ଦୁର୍ଘଟଣା : ୧୯ ମୃତ ଦେହ ଉଦ୍ଧାର,ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା
ୱାସିଂଟନ : ଆମେରିକା ହ୍ୱାଇଟ ହାଉସ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ପୋଟମେକ ନଦୀକୁ ଖସି ପଡିଲା ଯାତ୍ରୀବାହୀ ବିମାନ । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରୁ ୧୯ ଜଣ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଫାୟାର ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ବିମାନରେ କ୍ରିୟୁ ମେମ୍ବରଙ୍କ ସମେତ ମୋଟ ୬୪ ଜଣ ଯାତ୍ରୀ ଥିଲେ । ଏହି ଘଟଣା ପରେ […]
ୱାସିଂଟନ : ଆମେରିକା ହ୍ୱାଇଟ ହାଉସ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ପୋଟମେକ ନଦୀକୁ ଖସି ପଡିଲା ଯାତ୍ରୀବାହୀ ବିମାନ । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରୁ ୧୯ ଜଣ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଫାୟାର ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ବିମାନରେ କ୍ରିୟୁ ମେମ୍ବରଙ୍କ ସମେତ ମୋଟ ୬୪ ଜଣ ଯାତ୍ରୀ ଥିଲେ । ଏହି ଘଟଣା ପରେ ଏୟାରପୋର୍ଟର ସମସ୍ତ ଉଡାଣକୁ ରଦ୍ଦ କରାଯାଇଛି ।
ଆମେରିକା ଏୟାରଲାଇନ୍ସର ୫୩୪୨ ବିମାନ ୱିଚିଟା, କେନସସରୁ ଉଡାଣ ଭରି ୱାଶିଂଟନ ଡିସିକୁ ଆସୁଥିଲା । ୱାସିଂଟନ ଡିସି ରୋନାଲଡ ରେଗାନ ନ୍ୟାସନାଲ ଏୟାରପୋର୍ଟ ରନୱେରେ ଲାଣ୍ଡିଂ କରିବା ସମୟରେ ଏକ ମିଲିଟାରୀ ହେଲିକପ୍ଟର ବ୍ଲାକ୍ ହକ୍ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବିମାନଟିରେ ଭୟଙ୍କର ନିଆଁ ଲାଗିଯାଇଥିଲା ଆଉ ବିମାନଟି ନଦୀରେ ଖସିପଡିଥିଲା । ଆମେରିକା ହ୍ଵାଇଟ ହାଉସ ଠାରୁ ୫ କିମି ଦୂର ଆକାଶ ଉପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବା ଆଶଂକା କରାଯାଉଛି ।




