ୟୁପି : ପୌର ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ହାଇକୋର୍ଟର ଝଟକା
ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି)ରେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାହା ଉପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି । ଫଳରେ ୟୁପିରେ ଯୋଗୀ ସରକାରଙ୍କୁ ବଡଧରଣର ଝଟ୍କା ଲାଗିଛି । ପଛୁଆ ବର୍ଗ (ଓବିସି)ଙ୍କୁ ବାଦଦେଇ ପୌର ନିର୍ବାଚନ ଅନୁଷ୍ଠିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଓବିସି ପାଇଁ ସଂରକ୍ଷିତ ସିଟ୍ ଗୁଡିକ ଜେନେରାଲ ସିଟ ଭାବରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି)ରେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାହା ଉପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି । ଫଳରେ ୟୁପିରେ ଯୋଗୀ ସରକାରଙ୍କୁ ବଡଧରଣର ଝଟ୍କା ଲାଗିଛି । ପଛୁଆ ବର୍ଗ (ଓବିସି)ଙ୍କୁ ବାଦଦେଇ ପୌର ନିର୍ବାଚନ ଅନୁଷ୍ଠିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଓବିସି ପାଇଁ ସଂରକ୍ଷିତ ସିଟ୍ ଗୁଡିକ ଜେନେରାଲ ସିଟ ଭାବରେ ଗଣନା କରାଯିବ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ୟୁ.ପି ରାଜନୀତି ଏବେ ତୀବ୍ର ହୋଇଛି।
ସୂଚନାଯୋଗ୍ୟ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଡିସେମ୍ବର ୫ରେ ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ଓବିସି ସଂପ୍ରଦାୟଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତେବେ ମ୍ୟୁନିସିପାଲିଟୀ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଅନିୟମିତତା ଅବଲମ୍ବନ କରାଯାଇଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ଓବିସି ସଂରକ୍ଷଣ ପ୍ରସ୍ତାବ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ତ୍ରିସ୍ତରୀୟ ଫର୍ମୁଲାକୁ ରାଜ୍ୟ ସରକାର ପ୍ରୟୋଗ କରିନଥିବା ଅଭିଯୋଗ ହୋଇଥିଲା । ଜଷ୍ଟିସ ଡି.କେ.ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାଭାନିଆଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ମଙ୍ଗଳବାର ଉପରୋକ୍ତ ରାୟ ଦେଇଛନ୍ତି । ଅପରପକ୍ଷରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଚୂଡାନ୍ତ କରିବାପାଇଁ କମିଶନ ଗଠନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।
ଅନ୍ୟପଟେ ପୌର ନିର୍ବାଚନକୁ ୧୫ ଦିନ ପାଇଁ ସ୍ଥଗିତ ରଖାଯାଇଥିବାବେଳେ ମାମଲାର ପରବର୍ତ୍ତୀ ଅବକାଶକାଳୀନ ଖଣ୍ଡପୀଠରେ କରାଯିବ ବୋଲି କୁହାଯାଇଛି । ରାଜ୍ୟ ସରକାର ଚଳିତମାସ ପ୍ରାରମ୍ଭରେ ୧୭ଟି ମ୍ୟୁନିସପାଲ କର୍ପୋରେସନର ମେୟର ପଦ, ୨୦୦ ମ୍ୟୁନିସିପାଲିଟୀର ଅଧ୍ୟକ୍ଷ ପଦ ଏବଂ ୫୪୫ ନଗର ପଞ୍ଚାୟତ ସଦସ୍ୟ ପଦ ପାଇଁ ସଂରକ୍ଷିତ ଆସନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିମଧ୍ୟରୁ ୪ଟି ସହର (ଅଲିଗଡ, ମଥୁରା-ବୃନ୍ଦାବନ, ମିରଟ୍ ଓ ପ୍ରୟାଗରାଜ)ର ମେୟର ପଦ ସମେତ ୫୪ଟି ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ପଦ ଏବଂ ୧୪୭ଟି ନଗର ପଞ୍ଚାୟତ ସଦସ୍ୟ ପଦ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଦର୍ଶାଯାଇଥିଲା । ବର୍ତ୍ତମାନ ହାଇକୋର୍ଟ ଏତାଦୃଶ ରାୟ ପ୍ରକାଶ ପାଇବାରେ ବିରୋଧୀ ଦଳଗୁଡିକ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ହଟାଇବାକୁ ଯୋଗୀ ସରକାର ଚକ୍ରାନ୍ତ କରୁଥିବା ସେମାନେ କହିଛନ୍ତି ।




