ମସଜିଦରେ ପ୍ରାର୍ଥନା କରିବାକୁ ନେଇ ଜଣଙ୍କୁ ଜାଳି ଦେଲେ ଦୁର୍ବୃତ୍ତ

ବଦାଓଁ: ଉତ୍ତରପ୍ରଦେଶର ଏକ ମସଜିଦରେ ପ୍ରାର୍ଥନା କରିବା ସ୍ଥାନକୁ ନେଇ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ତିନି ଜଣ ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପେଟ୍ରୋଲ ଢାଳି ନିଆଁ ଲ‌ଗାଇ ଦେଇଛନ୍ତି। ମେହବୁବ ନାମକ ଯୁବକଙ୍କ ଶରୀର ୭୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯା‌ଇଥିଲା। ତେବେ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅଲିଗଡ଼ର ଏକ ହସ୍ପିଟାଲକୁ ପଠାଇଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ଶୁକ୍ରବାର ଶାହାସ୍ବାନ ରୋଡରେ […]

ମସଜିଦରେ ପ୍ରାର୍ଥନା କରିବାକୁ ନେଇ ଜଣଙ୍କୁ ଜାଳି ଦେଲେ ଦୁର୍ବୃତ୍ତ
Samaya Live Picture
Published On

ବଦାଓଁ: ଉତ୍ତରପ୍ରଦେଶର ଏକ ମସଜିଦରେ ପ୍ରାର୍ଥନା କରିବା ସ୍ଥାନକୁ ନେଇ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ତିନି ଜଣ ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପେଟ୍ରୋଲ ଢାଳି ନିଆଁ ଲ‌ଗାଇ ଦେଇଛନ୍ତି। ମେହବୁବ ନାମକ ଯୁବକଙ୍କ ଶରୀର ୭୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯା‌ଇଥିଲା। ତେବେ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅଲିଗଡ଼ର ଏକ ହସ୍ପିଟାଲକୁ ପଠାଇଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ଶୁକ୍ରବାର ଶାହାସ୍ବାନ ରୋଡରେ ଥିବା ଏକ ମସଜିଦରେ ଏହି ଘଟଣା ଘଟିଥିଲା। ପୁଲିସ ଏକ ସିସିଟିଭି ଫୁଟେଜରୁ ମେହବୁବ ନିକଟସ୍ଥ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣୁଥିବା ଦେଖିବାକୁ ପାଇଛି।

Tags: