ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ

ନୂଆଦିଲ୍ଲୀ: କେନ୍ଦ୍ର ପ‌େଟ୍ରୋଲିୟମ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଆଜି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପିର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଗୋପୀ କହିଛନ୍ତି ଯେ ବରିଷ୍ଠ ନେତା ସଦାନନ୍ଦନ ରାଜ୍ୟସଭାକୁ ଯିବା ଉତ୍ତର କନ୍ନୁର ଜିଲ୍ଲାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଗୋପୀ […]

ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ପ‌େଟ୍ରୋଲିୟମ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଆଜି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପିର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଗୋପୀ କହିଛନ୍ତି ଯେ ବରିଷ୍ଠ ନେତା ସଦାନନ୍ଦନ ରାଜ୍ୟସଭାକୁ ଯିବା ଉତ୍ତର କନ୍ନୁର ଜିଲ୍ଲାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଗୋପୀ କହିଛନ୍ତି, ମୁଁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସଦାନନ୍ଦନଙ୍କୁ ମନ୍ତ୍ରୀ କରାଯିବା ଉଚିତ। ଏହା କେରଳର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ହେବ ବୋଲି ସେ କହିଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ଗୋପୀ କହିଛନ୍ତି ଯେ ସେ ଅକ୍ଟୋବର ୨୦୧୬ରେ ଦଳରେ ଯୋଗ ଦେଇଥିଲେ ଏବଂ ଦଳର ଜଣେ କନିଷ୍ଠ ସଦସ୍ୟ। ‘ଲୋକସଭା ନିର୍ବାଚନ ସମୟରେ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଜନାଦେଶକୁ ସ୍ୱୀକୃତି ଦେଇ ଦଳ ମୋତେ କେନ୍ଦ୍ର ମନ୍ତ୍ରୀ କରିଛି। ମୁଁ ମୋର ଚଳଚ୍ଚିତ୍ର କ୍ୟାରିୟର ଛାଡି ମନ୍ତ୍ରୀ ହେବାକୁ କେବେ ଚାହୁ ନଥିଲି।

Tags: