୩ ଦିନିଆ ବିହାର ଗସ୍ତରେ ଅମିତ ଶାହ
ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିବା ସହ ପ୍ରମୁଖ ଦଳ ଗୁଡ଼ିକ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ୩ ଦିନିଆ ବିହାର ଗସ୍ତରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଟନା ସ୍ଥିତ ବାସଭବନରେ ଭେଟିଛନ୍ତି। ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ […]
ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିବା ସହ ପ୍ରମୁଖ ଦଳ ଗୁଡ଼ିକ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ୩ ଦିନିଆ ବିହାର ଗସ୍ତରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଟନା ସ୍ଥିତ ବାସଭବନରେ ଭେଟିଛନ୍ତି। ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ନୀତୀଶଙ୍କୁ ତାଙ୍କ ବାସଭବନରେ ଭେଟି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ଜେଡିୟୁର କାର୍ଯ୍ୟକାରୀ ଜାତୀୟ ସଭାପତି ସଞ୍ଜୟ ଝାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଶାହ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ଏନ୍ଡିଏ ନୀତୀଶଙ୍କ ନେତୃ୍ତ୍ବରେ ବିହାର ନିର୍ବାଚନ ଲଢ଼ିବ। ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ସଭାପତି କୁମାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜେପି ଅଭିଯାନ ଏବଂ ଇମର୍ଜେନ୍ସି ସମୟରେ ଜଣେ ପ୍ରମୁଖ ନେତା ଥିଲେ। ବିହାର ଗସ୍ତ ଅବସରରେ ଶାହ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ଦେବେ।




