ୱାନ ନେସନ, ୱାନ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : ୱାନ ନେସନ, ୱାନ ଇଲେକ୍ସନ (ଏକ ଦେଶ ଏକ ନିର୍ବାଚନ)କୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଆସନ୍ତା ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ସଂସଦର ଚଳିତ ଶୀତ ଅଧିବେଶନରେ ସରକାର ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ପୂର୍ବତନ […]

Samaya Live Picture
Published On

ନୂଆଦିଲ୍ଲୀ : ୱାନ ନେସନ, ୱାନ ଇଲେକ୍ସନ (ଏକ ଦେଶ ଏକ ନିର୍ବାଚନ)କୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଆସନ୍ତା ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ।

ସଂସଦର ଚଳିତ ଶୀତ ଅଧିବେଶନରେ ସରକାର ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସରକାର ଏହି ବିଲ୍‌ ଉପରେ ସହମତି ଆଣିବାକୁ ପ୍ରୟାସ କରୁଛନ୍ତି । ଆବଶ୍ୟକ ସ୍ଥଳେ ବିଲ୍‌ ଉପରେ ଅଧିକ ଆଲୋଚନା ପାଇଁ ତାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।

ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ୱାନ ନେସନ, ୱାନ ଇଲେକ୍ସନର ଯୁକ୍ତି କରି କହିଥିଲେ ଯେ, ବାରମ୍ବାର ଦେଶରେ ନିର୍ବାଚନ ଦେଶର ପ୍ରଗତିରେ ବାଧା ଉତ୍ପନ୍ନ କରୁଛି। ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନୁଯାୟୀ, କୁରୁକ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଖୁବ ଜୋରରେ ଆଗେଇ ଚାଲିଛି ।

Tags: