ହୃଦଘାତରେ ଟେଲି ଅଭିନେତା ନୀତେଶ ପାଣ୍ଡେଙ୍କ ମୃତ୍ୟୁ
ମୁମ୍ବାଇ : ଟେଲିଭିଜନ ଜଗତକୁ ଆଉ ଏକ ଶକ୍ତ ଝଟକା I ବୁଧବାର ସକାଳେ ଟିଭି ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ପରେ ଗୋଟିଏ ଅଶୁଭ ଖବର ନେଇ ଆସିଛି I ଅଭିନେତ୍ରୀ ବୈଭଵୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଭାଙ୍ଗି ପଡିଥିବାବେଳେ,ମାତ୍ର କିଛି ଘଣ୍ଟା ପରେ ଆଉ ଜଣେ ଲୋକପ୍ରିୟ ଟେଲି ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଭେଟେରାନ ଅଭିନେତା ନୀତେଶ ପାଣ୍ଡେ ପାର୍ଥିବ ଦୁନିଆକୁ ବିଦାୟ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]
ମୁମ୍ବାଇ : ଟେଲିଭିଜନ ଜଗତକୁ ଆଉ ଏକ ଶକ୍ତ ଝଟକା I ବୁଧବାର ସକାଳେ ଟିଭି ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ପରେ ଗୋଟିଏ ଅଶୁଭ ଖବର ନେଇ ଆସିଛି I ଅଭିନେତ୍ରୀ ବୈଭଵୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଭାଙ୍ଗି ପଡିଥିବାବେଳେ,ମାତ୍ର କିଛି ଘଣ୍ଟା ପରେ ଆଉ ଜଣେ ଲୋକପ୍ରିୟ ଟେଲି ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଭେଟେରାନ ଅଭିନେତା ନୀତେଶ ପାଣ୍ଡେ ପାର୍ଥିବ ଦୁନିଆକୁ ବିଦାୟ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୃଦ୍ଘାତ ହେତୁ ନୀତୀଶ ପାଣ୍ଡେଙ୍କ ମୃତ୍ୟୁ ଘଟିଛି I ମାତ୍ର ୫୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ନୀତିଶ ଟିଭି ସିରିୟଲ ‘ଅନୁପମା’ରେ ରୁପାଲି ଗାଙ୍ଗୁଲିଙ୍କର ବନ୍ଧୁ ଦେବିକାଙ୍କ ପତି ଭୂମିକାରେ ଅଭିନୟ କରିଥିଲେ । ଏହାଛଡା ପ୍ୟାରକା ଦର୍ଦ ହୈ ମିଠା ମିଠାରେ ମଧ୍ୟ ଅଭିନୟ କରିଥିଲେ ।

ସୂଚନା ମୁତାବକ ମଙ୍ଗଳବାର ନୀତେଶ ସୁଟିଂ ପାଇଁ ନାସିକ ନିକଟ ଇଗାଟପୁର ଯାଇଥିଲେ। ସେଠାରେ ରାତି ପ୍ରାୟ ୩.୩୦ ବେଳକୁ ତାଙ୍କୁ ହୃଦଘାତ ହୋଇଥିଲା। ନୀତେଶଙ୍କ ମୃତ୍ୟୁ ଖବର ନେଇ ତାଙ୍କ ଭିଣୋଇ ତଥା ପ୍ରଯୋଜକ ସିଦ୍ଧାର୍ଥ ନଗର ସୂଚନା ଦେଇଛନ୍ତି । ତେବେ ନୀତେଶଙ୍କ ମୃତ୍ୟୁରେ ତାଙ୍କର ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି ।
୧୭ ଜାନୁଆରୀ ୧୯୭୩ରେ ଜନ୍ମଗ୍ରହଣ କରିଥିବା ନିତେଶ ଟିଭି ଦୁନିଆରେ ବେଶ ଲୋକପ୍ରିୟ ଅଭିନେତା ଥିଲେ ।ସେ ଗତ ୨୫ ବର୍ଷ ଧରି ଟେଲିଭିଜନ ଦୁନିଆରେ ନିଜର ଅଭିନୟର ଯାଦୁ ଦେଖାଇ ଆସୁଥିଲେ । ଏହି ଖବର ପାଇବା ପରେ ‘ଅନୁପମା’ ଶୋ’ର ଲିଡ୍ ଆକ୍ଟର ସୁଧାଂଶୁ ପାଣ୍ଡେ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ୧୯୯୦ରେ ନିତେଶ ନିଜର ଅଭିନୟ କ୍ୟାରିୟର ଶୁଭାରମ୍ଭ କରିଥିଲେ । ସେ ‘ଓମ୍ ଶାନ୍ତି ଓମ୍’ରେ ଶାହରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ‘ବଧାଈ ଦୋ’, ‘ରଙ୍ଗୁନ’, ‘ହଣ୍ଟର’, ‘ଦବଙ୍ଗ ୨’, ‘ବାଜି’ ଆଦି ଫିଲ୍ମରେ ଅଭିନୟ କରିଥିଲେ ।

ଗୋଟିଏ ଦିନରେ ଦୁଇ ଦୁଇଟି ଲୋକପ୍ରିୟ ଟେଲି କଳାକାରଙ୍କ ମୃତ୍ୟୁରେ ପ୍ରଶଂସକ ମାନଙ୍କୁ ଶକ୍ତ ଆଘାତ ଲାଗିଛି I ସେହିପରି ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୁତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା । ତାଙ୍କ ଅନ୍ତିମ ଦର୍ଶନ ଆସନ୍ତାକାଲି ୧୧ ଟାରେ ହେବ । ନିଜର ଲୋକପ୍ରିୟ କଳାକାରଙ୍କୁ ହରାଇ ଟେଲିଭିଜନ ଜଗତ ସ୍ତବ୍ଧ ହୋଇଯାଇଛି I




