ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

ସମୟ ଲାଇଭ୍‍,୧/୧: ଆମେରିକା ଦୂତବାସଙ୍କୁ ଇରାକରେ ଆକ୍ରମଣ ହେବା ସତ୍ତେ୍ୱ ସେ ସୁରକ୍ଷିତ ଅଛନ୍ତି। ତାଙ୍କ ଉପରେ କୌଣସି ଆଞ୍ଚ ଆସିଲେ ଏଥିପାଇ ଁ ଇରାନ୍‍ ଦାୟୀ ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍‍ ଟ୍ୱିଟ୍‍ କରି ଇରାନ୍‍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତିି ଆମେରିକୀୟ ଦୂତବାସଙ୍କୁ ଯଦି କୌଣସି କ୍ଷତି ପହଞ୍ଚେ ତେବେ ଏହାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ। ସୂଚନା ଥାଉ କି, ଇରାକ୍‍ ଓ ସିରିଆରେ ଇରାନ୍‍ ସମର୍ଥିତ ହିଜବୁଲ୍ଲାହ ବିଦ୍ରୋହୀଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୧/୧: ଆମେରିକା ଦୂତବାସଙ୍କୁ ଇରାକରେ ଆକ୍ରମଣ ହେବା ସତ୍ତେ୍ୱ ସେ ସୁରକ୍ଷିତ ଅଛନ୍ତି। ତାଙ୍କ ଉପରେ କୌଣସି ଆଞ୍ଚ ଆସିଲେ ଏଥିପାଇ ଁ ଇରାନ୍‍ ଦାୟୀ ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍‍ ଟ୍ୱିଟ୍‍ କରି ଇରାନ୍‍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତିି ଆମେରିକୀୟ ଦୂତବାସଙ୍କୁ ଯଦି କୌଣସି କ୍ଷତି ପହଞ୍ଚେ ତେବେ ଏହାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ।
ସୂଚନା ଥାଉ କି, ଇରାକ୍‍ ଓ ସିରିଆରେ ଇରାନ୍‍ ସମର୍ଥିତ ହିଜବୁଲ୍ଲାହ ବିଦ୍ରୋହୀଙ୍କ ଉପରେ ଆମେରିକାର ଆକ୍ରମଣ ପରେ ଆମେରିକୀୟ ଦୂତବାସଙ୍କୁ ଇରାକରେ ବିକ୍ଷୋଭକାରୀ ଘେରିଥିଲେ। ଏ ପରିପ୍ରେକ୍ଷୀରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଛନ୍ତି।

Tags: