ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୧୫ ଅଗଷ୍ଟରେ ଆଲାସ୍କାରେ ଠାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ ବାଟ ବନ୍ଦ କରିବା ଲାଗି ଏହି ବୈଠକ ବସିବ। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ମଧ୍ୟ ଉପସ୍ଥିତ ରହିବେ। ହେଲେ ଟ୍ରମ୍ପ ପୁଣି ନିଜର ବାଚାଳାମୀ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ବୈଠକ ପୂର୍ବରୁ ପୁଟିନଙ୍କୁ ଧମକ ଦେଇ ବୈଠକକୁ ଭଣ୍ଡୁର କରିବାକୁ […]

ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ
Samaya Live Picture
Published On

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୧୫ ଅଗଷ୍ଟରେ ଆଲାସ୍କାରେ ଠାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ ବାଟ ବନ୍ଦ କରିବା ଲାଗି ଏହି ବୈଠକ ବସିବ। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ମଧ୍ୟ ଉପସ୍ଥିତ ରହିବେ। ହେଲେ ଟ୍ରମ୍ପ ପୁଣି ନିଜର ବାଚାଳାମୀ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ବୈଠକ ପୂର୍ବରୁ ପୁଟିନଙ୍କୁ ଧମକ ଦେଇ ବୈଠକକୁ ଭଣ୍ଡୁର କରିବାକୁ ପ୍ରୟାସ କରିଛନ୍ତି।

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ମିଳିନାହିଁ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ପ୍ରୟାସ କରିଥିଲେ । ହେଲେ, କେହି ସଫଳ ହୋଇନଥିଲେ । ଯୁଦ୍ଧବିରତି ଉପରେ ସହମତି ହୋଇପାରିନଥିଲା । ଏହି ସମୟରେ, ଆସନ୍ତାକାଲି, ଅର୍ଥାତ୍ ୧୫ ଅଗଷ୍ଟରେ, ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଏହି ଯୁଦ୍ଧ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ତେବେ ଏହା ପୂର୍ବରୁ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପୋଷ୍ଟ​‌ରେ ଲେଖିଛନ୍ତି, ପୁଟିନ ଯଦି ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହେବେ ତେବେ ପରିଣତି ଅତି ଭୟଙ୍କର ହେବ। ରୁଷ ଉପରେ ଅଧିକ କଟକଣା ଲାଗୁ କରାଯିବା ସହିତ ଟାରିଫ ପରିମାଣ ବୃଦ୍ଧି କରାଯିବ। ଟ୍ରମ୍ପ ଏପରି ଧମକ ଦେବା ପୂର୍ବରୁ ୟୁରୋପୀୟ ସଂଘ ନେତାମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ସେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତି ଦିଗରେ ଶତପ୍ରତିଶତ ଉଦ୍ୟମ କରିବେ ବୋଲି କହିଛନ୍ତି।

ଅନ୍ୟପଟେ ଆମେରିକା ଭଳି ରୁଷ ମଧ୍ୟ ବିଶ୍ଵର ଏକ ଶକ୍ତିଶାଳୀ ରାଷ୍ଟ୍ର। ୟୁକ୍ରେନ ସହିତ ରୁଷର ଯୁଦ୍ଧ ଦୀର୍ଘଦିନ ଜାରି ରହିବା ପଛରେ ଆମେରିକାର ହାତ ଥିବା ସ୍ପଷ୍ଟ ହୋଇଛି । କିନ୍ତୁ ଏହା ପରେ ମଧ୍ୟ ଟ୍ରମ୍ପ ରୁଷକୁ ଧମକ ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ ଯଦି ଆଲାସ୍କାରେ ହେବାକୁ ଥିବା ବୈଠକରୁ କୌଣସି ଠୋସ୍ ଫଳାଫଳ ନ ମିଳେ , ତେବେ ମସ୍କୋ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ । ହୁଏତ ଆର୍ଥିକ କଟକଣା ଲାଗୁ ହୋଇପାରେ । ହେଲେ, ଟ୍ରମ୍ପ ସ୍ପଷ୍ଟ କରିନଥିଲେ ଯେ କି ପ୍ରକାରର ଆର୍ଥିକ ପ୍ରତିବନ୍ଧକ ଲଗାଯିବ କିମ୍ବା କେବେ ଲଗାଯିବ ।

Tags: