ଗାଜାରେ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ନେତାନ୍ୟାହୁଙ୍କୁ ଟ୍ରମ୍ପ୍ଙ୍କ ଅନୁରୋଧ
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୀଘ୍ର ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ଗତ ଜୁଲାଇରେ ଟ୍ରମ୍ପ୍ ନେତାନ୍ୟାହୁଙ୍କୁ ଭେଟିବା ସମୟରେ ଯୁଦ୍ଧରେ ବିଜୟ ହାସଲ ସହ ଯୁଦ୍ଧ ବନ୍ଦ କରିବାପାଇଁ ଅନୁରୋଧ କରିଥିଲେ। ଗୁରୁବାର ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ଟ୍ରମ୍ପ୍ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ସେ ନେତାନ୍ୟାହୁଙ୍କୁ କହିଥିଲେ, ଏହା ଖୁବ୍ଶୀଘ୍ର ବନ୍ଦ ହେବା ଉଚିତ। ଗାଜାରେ ବିଜୟ ହାସଲ […]
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୀଘ୍ର ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ଗତ ଜୁଲାଇରେ ଟ୍ରମ୍ପ୍ ନେତାନ୍ୟାହୁଙ୍କୁ ଭେଟିବା ସମୟରେ ଯୁଦ୍ଧରେ ବିଜୟ ହାସଲ ସହ ଯୁଦ୍ଧ ବନ୍ଦ କରିବାପାଇଁ ଅନୁରୋଧ କରିଥିଲେ। ଗୁରୁବାର ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ଟ୍ରମ୍ପ୍ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ସେ ନେତାନ୍ୟାହୁଙ୍କୁ କହିଥିଲେ, ଏହା ଖୁବ୍ଶୀଘ୍ର ବନ୍ଦ ହେବା ଉଚିତ। ଗାଜାରେ ବିଜୟ ହାସଲ କର ଏବଂ ଯୁଦ୍ଧ ଶେଷ କର। ଲୋକମାନଙ୍କର ମୃତ୍ୟୁ ବନ୍ଦ ହେବା ଉଚିତ। ଅନ୍ୟପକ୍ଷେ ଗାଜାରେ ଅସ୍ତ୍ରବିରତି ପାଇଁ ବାଇଡେନ୍ ଏବଂ ହାରିସ୍ ମାସ ମାସ ଧରି କରିଥିବା ଦାବିକୁ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ଟ୍ରମ୍ପ୍ କହିଛନ୍ତି, ଏହା କେବଳ ହମାସ୍କୁ ଏକଜୁଟ ହେବାପାଇଁ ଅଧିକ ସମୟ ଦେବ ଏବଂ ପୁଣିଥରେ ଅକ୍ଟୋବର ୭ ଭଳି ନୂଆ ଆକ୍ରମଣ ହେବ।




